ମା ମାହେଶ୍ୱରୀ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

0
220

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୮/୦୯) : ଏନ ଏସ ଏସ ଦିବସ ଅବସରରେ ବାଉଁଶୁଣି ମା ମାହେଶ୍ୱରୀ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ (ସମ୍ବାଦ )ଆମ ଓଡ଼ିଶା ଓ ଜାତୀୟ ସେବା ଯୋଜନା ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।5611694b 95d4 41a3 8ba4 6814c6035a4a ମା ମାହେଶ୍ୱରୀ ଡ଼ିଗ୍ରୀ ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏସ ବି ଆଇ ବାଉଁଶୁଣି ଶାଖା ପରିଚାଳକ ଦୀପକ କୁମାର ସେଠୀ ଯୋଗ ଦେଇ ଉଦଘାଟନ କରିଥିଲେ ।ସଂମାନିତ ଅତିଥି ଭାବେ ସମାଜସେବୀ ଠାକୁର ଚନ୍ଦ୍ର ମେହେର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସ।ହିତ କରିଥିଲେ । ମା ମାହେଶ୍ୱରୀ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳଙ୍କ ସମେତ ଏନ ଏସ ଏସ ଜିଲ୍ଲା ସଂଯୋଜକ ଡ଼ ମନରଞ୍ଜନ ଘଗେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ୩୦ ଜଣ ସ୍ବେଚ୍ଛାସେବୀ ଉପସ୍ଥିତ ରହି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଯୁବରେଡ଼କ୍ରସ ଓ ଏନ ଏସ ଏସ ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ । ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।