ରାଜଧାନୀରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ : ବିଏମସି

0
147

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୯/୦୯) : ବିଏମସି ପକ୍ଷରୁ ଆଜି ରାଜଧାନୀରେ ପାଳନ ହୋଇଛି ‘ଆଜାଦୀ କା ଅମୃତ ମହୋତ୍ସବ’ । ଆଜି କେତକ ୱାର୍ଡରେ ବିଏମସି ପକ୍ଷରୁ ଉତ୍ସବ ପାଳନ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି ଆଗାମୀ ଦିନରେ ସମସ୍ତ ୩୮ ୱାର୍ଡରେ ଏହି ଉତ୍ସବ ପାଳନ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ରାଜଧାନୀରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ | ଛୋଟ ଛୋଟ ରାଲି, ଘର ଘରୁ ସଚେତନତା, ମହିଳା ସଙ୍ଗଠନ ସହ ବୈଠକ, ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ଉପରେ ଲୋକଙ୍କୁ ସଚେତନା ଆଦି କାର୍ଯ୍ୟକ୍ରମରେ ଏହି ଉତ୍ସବରେ କରାଯିବ । ‘ମୁଁ ସଫେଇ ବାଲା’ ଗୀତ ପରିବେଷଣ କରାଯିବ ସହ ରୋଡ ସୋ’ ମଧ୍ୟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ବିଏମସି କମିଶନର ସଞ୍ଜୟ ସିଂ ଲୋକମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡି ହେବାକୁ ଅନୁରୋଧ କରିଛନ୍ତି । ଦକ୍ଷିଣ-ପୂର୍ବ ଜୋନରେ ୩୨, ୩୩ , ୪୨, ୪୩, ୪୪ ୪୫, ୫୪, ୫୬, ୫୭, ୫୮, ୬୦, ୬୧ ଏବଂ ୬୭ ୱାର୍ଡରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେହିପରି ଉତ୍ତର ଜୋନରେ ୧,୨,୫, ୬,୭, ୧୩, ୧୪, ୧୬, ୧୭, ୧୮, ୧୯, ୨୦, ୨୧, ୨୬ ନମ୍ବର ୱାର୍ଡ ଏବଂ ଦକ୍ଷିଣ-ପଶ୍ଚିମ ଜୋନରେ ୪୬, ୫୧, ୫୨, ୬୨, ୬୩, ୨୩, ୨୭,୩୭, ୨୨, ୨୪ ନମ୍ବର ୱାଡରେ ମଧ୍ୟ କାର୍ଯ୍ୟକ୍ରମ କରାଯିବ ।

ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଡେପୁଟି କମିଶନର, ସୁଭେନ୍ଦୁ ସାହୁ କାର୍ଯ୍ୟକମରେ ସାମିଲ ହେବା ସହ ତଦାରଖ କରିବେ । ସବୁ ଜୋନର ଜୋନାଲ ଡେପୁଟି କମିଶନରମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ । ଆଜିଠୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଅକ୍ଟୋବର ୩ ତାରିଖରେ ଶେଷ ହେବ ।