ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
181

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୩୦/୦୯) : ଆଜି ୧୨.୩୦ ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ବି.ଡି.ଓ. ବୌଦ୍ଧ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ନାରାୟଣ ନଗରରେ ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 09 30 at 10.21.19 AM ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୈଠକରେ ନିଷ୍ପତି କ୍ରମେ ଲୋକ କଳା ଗ୍ରାମ ନାରାୟଣ ନଗର ଗ୍ରାମରେ ସକାଳ ୫ ଘଣ୍ଟା ସମୟରେ ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ଦ୍ଵାରା ରାମଧୂନ ପରିବେଷଣ ପରେ ସକାଳ ୧୦ ଘଟିକା ସମୟରେ ବାର୍ଷିକ ଉତ୍ସବ ସଭା ଅନୁଷ୍ଠିତ ହେବ । ପରେ ପରେ କଳାକାର ମାନଙ୍କ ଦ୍ଵାରା ପାରମ୍ପାରିକ ଲୋକକଳା ଦଳ ଯଥା ପାଲା, ଦାସ କାଠିଆ, ସଙ୍କୀର୍ତ୍ତନ୍ୟ, ଦଣ୍ଡ ନୃତ୍ୟ, କୃଷ୍ଣ ଗୁରୁ ପରିବେଷଣ କରାଯିବ ।

ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି, ବୌଦ୍ଧ ବ୍ଲକ ଶ୍ରୀଯୁକ୍ତ ସ୍ଵାଧୀନ ପ୍ରଧାନ, ହରଭଙ୍ଗା ବ୍ଲକର ବଞ୍ଚାନିଧି ପ୍ରଧାନ, ସରପଞ୍ଚ, ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଶ୍ରୀଯୁକ୍ତ ରାଜେନ୍ଦ୍ର ମେହେର, ସେକ୍ସନ ଅଫିସର ଶ୍ରୀଯୁକ୍ତ ମାନସ ରଞ୍ଜନ ସେଠି, JRA ମଣ୍ଟୁ ପାଣ୍ଡେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।