କୁପୋଷଣ ଦୂର କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
252

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,(୨୮/୯) : ବୋରିଗୁମ୍ମା ପରଜା ସାହି ଅଙ୍ଗନବାଡି କେନ୍ଦ୍ରରେ ଆଜି ମଧ୍ୟାହ୍ନରେ କେନ୍ଦ୍ର ସରକାରଙ୍କ ‘ପୋଷଣ ମାହ’ ପାଳନ ଅବସରରେ କୁପୋଷଣ ଦୂର କରିବା ପାଇଁ ସେକ୍ଟର ସ୍ତରୀୟ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କୁପୋଷଣ ଦୂର କରିବା ପାଇଁ ପୋଷଣ ସଚେତନତା କାର୍ଯ୍ୟକ୍ରମରେ ବୋରିଗୁମ୍ମା ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ଜାନୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ମହିଳା ଓ ଶିଶୁ ମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ସୁପରଭାଇଜର ଶ୍ରୀମତି ରୋଜାଲିନ କୋଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟ ଅଙ୍ଗନବାଡି କର୍ମୀମାନେ ଶିଶୁ ମାନଙ୍କ ମନୋରଞ୍ଜନ ତଥା ପୋଷଣ ସଚେତନତା ଉଦ୍ଦେଶ୍ୟରେ ପୁଷ୍ଟିକର ଖାଦ୍ୟ ଗୁଡିକୁ ଖୁବ୍ ସୁନ୍ଦର ଭାବେ ସଜ୍ଜିତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଙ୍ଗନବାଡି କର୍ମୀ ସଂଘ ସଭାପତି ଶ୍ରୀମତି ସାରଦା ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଅଙ୍ଗନବାଡି କର୍ମୀ ମାନଙ୍କ ମଧ୍ୟରେ ଗୀତାଞ୍ଜଳୀ ନାୟକ,କେ.ପଦ୍ମାବତୀ,ଦୀପାଞ୍ଜଳୀ ବେହେରା, ମୁକ୍ତା ସୁନା, ମୀନା ପ୍ରଧାନ,ମମତା ଜାନୀ, ଶକୁନ୍ତଳା ଧାନଫୁଲ, ସୁଷମା ଗରଡା ପ୍ରମୁଖଙ୍କ ସମେତ ବୋରିଗୁମ୍ମା ସେକ୍ଟରର ସମସ୍ତ ଅଙ୍ଗନବାଡି କର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ୫ ଜଣ ଗର୍ଭବତୀ ମାଆ, ୫ ଜଣ ପ୍ରସୂତୀ ତଥା ଶିଶୁ ମାନେ ଉପସ୍ଥିତ ଥିଲେ ।