ବୌଦ୍ଧ ଠାରେ ସଫାଇ ମିତ୍ର ସମ୍ମାନ ସମାରୋହ ସହ ବଡାଖାନା ଅନୁଷ୍ଠିତ

0
272

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୩/୧୦) : ଆଜି ଦିନ ୧୨ ଘଟିକା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ବୌଦ୍ଧ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ସପ୍ତାହ ର ଶେଷ ଦିନରେ ବୌଦ୍ଧ ଠାରେ ସଫାଇ ମିତ୍ର ସମ୍ମାନ ଅମୃତ ସମାରୋହ ସହ ବଡାଖାନା କାର୍ଯ୍ୟକ୍ରମ ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି |

ବୌଦ୍ଧ ଠାରେ ସଫାଇ ମିତ୍ର ସମ୍ମାନ ସମାରୋହ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ ଡ଼. ଅମିତାଭ ପଣ୍ଡା, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ପି. ଡ଼ି. ୱାଟର ସ୍ୟାଡ ଆଦ୍ୟାଶl ମଲ୍ଲିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏନ. ଏ. ସି. ଇ. ମନୋରଞ୍ଜନ ପଣ୍ଡା ଯୋଗଦେଇ ସଫାଇ କର୍ମଚାରୀ ମାନଙ୍କୁ ସଫାଇ ମିତ୍ର ସମ୍ମାନ ରୂପେ ଉପଢୌକନ, ପ୍ରମାଣପତ୍ର ଏବଂ ଗୋଲାପ ଫୁଲ ଦେଇ ସମ୍ମର୍ଦ୍ଧିତ କରିଥିଲେ l ପରେ ପରେ ଅତିଥି ମାନଙ୍କ ଦ୍ୱାରା ସଫେଇ କର୍ମଚାରୀ ମାନଙ୍କୁ ନିଜ ହାତରେ ସ୍ୱାଦିଷ୍ଟ ଭୋଜନ ବାଢି ଥିଲେ l

ଏହି କାର୍ଯ୍ୟକ୍ରମ କୁ ସାନିଟେସନ ଏକ୍ସପୋର୍ଟ ସୁନୀଲ କୁମାର ପ୍ରଧାନ ପରିଚାଳନା କରିଥିଲେ ଏବଂ ଏନ. ଏ. ସି କର୍ମଚାରୀ ମାନେ ସହଯୋଗ କରିଥିଲେ l ଏହା ସପ୍ତାହବ୍ୟାପି ଚାଲିଥିଲା l ଶେଷରେ ଇ. ଓ. ଇ. ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି, ବହୁ ସଫେଇ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l