ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ : ଗତ ୪ ମାସ ତଳେ ଯାଇଥିଲେ

0
649

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୩/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ରାମଗଡ଼ ଗାଁ ର ଟିକୁନୁ ସେଠୀ ବାହାର ରାଜ୍ୟ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି | ସ୍ୱର୍ଗତ ଭୁରୁ ସେଠୀଙ୍କ ସାନପୁଅ ଟିକୁନୁ ସେଠୀ(୨୮) ବାପା ମା ଦୁଇଜଣ ଙ୍କ ମୃତ୍ୟୁ ପରେ ବଡଭାଇ ମିଟୁ ସେଠୀ ଙ୍କ ପାଖରେ ରହୁଥିଲେ | ବହୁ ଗରିବ ଥିବାରୁ ଦୁଇଭାଇ ପର ଘରେ ଦୀନ ମଜୁରିଆ କlମ କରି ପରିବାର ଚଳାଉଥିଲେ |WhatsApp Image 2021 10 04 at 9.11.22 AM ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ : ଗତ ୪ ମାସ ତଳେ ଯାଇଥିଲେ

କରୋନାରେ କାମ ଧନ୍ଦା ନ ମିଳିବାରୁ ଗତ ୪ ମାସ ତଳେ ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିଲେ | ପ୍ରଥମେ ଏକ ଘରୋଇ କମ୍ପାନୀ ରେ କାମ କରି ଏଇ ୧୫ ଦିନ ହେବ ଆନ୍ଧ୍ର ର ୱେଷ୍ଟ ଗୋଦାବରୀ ଜିଲ୍ଲା, ଭୀମାବରମ ପୋଲିସ ଷ୍ଟେସନ ଅନ୍ତର୍ଗତ କେଦାର ଏକ୍ସପୋର୍ଟ ନାମକ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ |

ସୂଚନାନୁଯାଇ ଗତ ଦୁଇଦିନ ତଳେ ଶ୍ରୀ ସେଠି ତାଙ୍କ ବଡ଼ ଭାଇଙ୍କ ସହିତ ସନ୍ଧ୍ୟା ରେ କଥା ହୋଇଥିଲେ କୌଣସି କାରଣରୁ କଥା ଠିକସେ ହୋଇନ ପାରିଥିବାରୁ ବଡଭାଇ ମିଟୁ ଙ୍କ ଫୋନ କୁ ପରଦିନ ସକାଳୁ କମ୍ପାନୀ ରୁ ସାନଭାଇ ଙ୍କ ମୃତ୍ୟୁ ଖବର ଆସିଥିଲା | ମୃତ୍ୟୁ ଖବର ପାଇ ବଡ଼ ଭାଇ ଦୁଃଖ ରେ ଭାଙ୍ଗି ପଡି ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ନରେଶ କୁମାର ସେଠି ଙ୍କ ସହାୟତା ମାଗିଥିଲେ | ସରପଞ୍ଚ ଶ୍ରୀ ସେଠୀ ଓ ରାମଗଡ଼ ଗ୍ରାମର ଗ୍ରାମ୍ୟ ସଭାପତି ଦିନମଣୀ ଡାଙ୍ଗ ବୌଦ୍ଧ ଜିଲ୍ଲା ପାଳ ଙ୍କ ପାଖକୁ ଯାଇ ଘଟଣା ବିଷୟରେ ଅବଗତ କରାଇଥିଲେ |

ଶ୍ରୀ ସେଠୀ କାର୍ଯ୍ୟ କରୁଥିବା କମ୍ପାନୀ ମାଲିକ ଓ ଆନ୍ଧ୍ର ର ପୋଲିସ ସହିତ କଥା ହେଲା ପରେ ଶବ ବ୍ୟବଚ୍ଛେଦ କରିବା ପାଇଁ ପରିବାର ଲୋକଙ୍କୁ ଡକାଇଥିଲେ | ଘର ଲୋକ ଯାଇ ଶବ ବ୍ୟବଚ୍ଛେଦ କରାଇଲା ପରେ ହୃଦଘାତ ରେ ମୃତ୍ୟୁ ହୋଇଥିବାର ଡାକ୍ତରୀ ରିପୋର୍ଟ ଅବଗତ କରାଇଲା | ବଡ଼ ଭାଇ ବହୁ ଗରିବ ଥିବାରୁ ଶବକୁ ନିଜ ଗାଁ କୁ ଆଣିବlରେ ଅର୍ଥ ବାଧକ ଥିବାରୁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ମହୋଦୟ ଆନ୍ଧ୍ର ୱେଷ୍ଟ ଗୋଦାବରୀ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀଙ୍କ ସହିତ କଥା ହୋଇ ଶବକୁ ନିଜ ଘର ରାମଗଡ଼ ଆଣିବା ପାଇଁ ସବୁପ୍ରକାର ସହଯୋଗ କରିବା ପାଇଁ ହାତ ବଢ଼ାଇ ଥିଲେ |WhatsApp Image 2021 10 04 at 9.11.21 AM 1 ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ : ଗତ ୪ ମାସ ତଳେ ଯାଇଥିଲେ

ଶବକୁ ଆନ୍ଧ୍ର ର AP 16TF3762ନଂ ଥିବା ଏକ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା | ଏହାର ସମସ୍ତ ଖର୍ଚ୍ଚ ଆନ୍ଧ୍ର ପ୍ରଶାସନ ଙ୍କ ସହଯୋଗ ରେ ପ୍ରାୟ ୧,୦୦,୦୦୦ ଟଙ୍କା କମ୍ପାନୀ ଖର୍ଚ୍ଚ କରି ନଗଦ କିଛି ଟଙ୍କା ଆମ୍ବୁଲାନ୍ସ ଡ୍ରାଇଭର ହାତ ରେ ଦେଇ ଥିଲେ | ସରପଞ୍ଚ ନରେଶ କୁମାର ସେଠି ଙ୍କ ସହଯୋଗ ରେ ବୌଦ୍ଧ ଜିଲ୍ଲାପାଳ ଓ ଶ୍ରମ ଅଧିକାରୀ ମୃତ ବ୍ୟକ୍ତିଙ୍କ ପରିବାରକୁ କିଛି ଆର୍ଥିକ ସହାୟତା ଦେବାପାଇଁ ପ୍ରତିଶୃତି ଦେଇଛନ୍ତି | ଆଜି ମୃତ ଶବ ଆନ୍ଧ୍ର ରୁ ବାହାରି ଗାଁରେ ପହଞ୍ଚିବା ପର୍ଯ୍ୟନ୍ତ ଜିଲ୍ଲା ଶ୍ରମ ଅଧିକାରୀ ବହୁମାତ୍ରା ରେ ସାହାଯ୍ୟ ସହଯୋଗ କରିଥିବାରୁ ପରିବାର ଲୋକେ ଓ ସ୍ଥାନୀୟ ସରପଞ୍ଚ ଶ୍ରମ ଅଧିକାରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି |

ଗ୍ରାମ ଲୋକ, ସ୍ଥାନୀୟ ସରପଞ୍ଚ ଓ ପରିବାର ଲୋକ ଙ୍କ ଉପସ୍ଥିତ ରେ ଶବ ଦାହ କରାଯାଇଥିଲା | ଆନ୍ଧ୍ର ପ୍ରଶାସନ ଏହି ଘଟଣା ରେ ବହୁ ମାତ୍ରାରେ ସହାୟତା କରିଥିବାରୁ ରାମଗଡ଼ ଗ୍ରାମବାସୀ, ସରପଞ୍ଚ ନରେଶ ସେଠୀ, ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀ ଆନ୍ଧ୍ର ପ୍ରଶାସନ କୁ ବହୁ ପ୍ରଶଂସା କରିଛନ୍ତି |