ହାବିଲଦାର ଓ କନେଷ୍ଟବଲ ଇଲେକ୍ସନ ପାଇଁ ନାମାଙ୍କନ ପତ୍ର ଦାଖଲ

0
221

ରିପୋର୍ଟ : ରାକେଶ ମହାରଣା
କୋଦଳା,(୦୪/୧୦) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ହାବିଲଦାର ଓ କନେଷ୍ଟବଲ ଇଲେକ୍ସନ ପାଇଁ ୨୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |WhatsApp Image 2021 10 04 at 11.27.03 AM ହାବିଲଦାର ଓ କନେଷ୍ଟବଲ ଇଲେକ୍ସନ ପାଇଁ ନାମାଙ୍କନ ପତ୍ର ଦାଖଲ

ସଭାପତି ଅଭିମନ୍ୟୁ ଜାଲି, ଗୋରାଚାନ୍ଦ ତ୍ରିପାଠୀ, ଉପସଭାପତି ଆକାଶ ବେହେରା, ସମ୍ପାଦକ ଭାବରେ ଜି. ମନୋଜ କୁମାର, ସୁବାସ ଚନ୍ଦ୍ର ସେଠୀ ଓ ବ୍ରଜମୋହନ ଜେନା, ଯୁଗ୍ମ ସମ୍ପାଦକ ଭାବରେ ଦିଲୀପ କୁମାର ରଣା, ଦୀନବନ୍ଧୁ ବେହେରା, ପି. ଧୃବ କହଁର ଙ୍କ ସମେତ ଅନ୍ୟ ସମସ୍ତେ ନାମାଙ୍କନ ପତ୍ର ଏକ ବିଶାଳ ବାଇକ ରାଲି କରି ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ଆଡିସନାଲ ଏସ୍ପି ବିଜୟ କୁମାର ମଲିକଙ୍କ ନିକଟରେ ହାବିଲଦାର ଓ କନେଷ୍ଟବଲ ପାର୍ଟିର ୨୨ ଜଣ କେଣ୍ଡେଟ ନିଜ ନିଜ ସମର୍ଥକ ଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଥିଲେ |

ଆସନ୍ତା ୧୦ ତାରିଖରେ ଇଲେକ୍ସନ ହେବାକୁ ଥିବାବେଳେ ମୋଟ ଭୋଟର ହେଉଛନ୍ତି ୭୨୦ ସେଥିମଧ୍ୟରୁ ପୁରୁଷ ଭୋଟର ୬୧୮ ଓ ମହିଳା ଭୋଟର ୧୦୨ । ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବ ।