ବଜ୍ରକାପ୍ତା ଚୋରା ଚାଲାଣ ନେଇ ଦୁଇ ଅଭିଯୁକ୍ତ ଗିରଫ : ଜଣେ ଫେରାର

0
188

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୯/୧୦) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ବନବିଭାଗ ପକ୍ଷରୁ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିବାର ଖବର ମିଳିଛି । ହରିଶଙ୍କର ରେଞ୍ଜ ନିକଟରୁ ଉକ୍ତ ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଦୁଇ ଜଣ ଙ୍କୁ ବନବିଭାଗ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ସୂଚନା ମିଳିଛି ।WhatsApp Image 2021 10 10 at 6.45.52 AM ବଜ୍ରକାପ୍ତା ଚୋରା ଚାଲାଣ ନେଇ ଦୁଇ ଅଭିଯୁକ୍ତ ଗିରଫ : ଜଣେ ଫେରାର

ମିଳିଥିବା ସୂଚନା ଅନୁଯାୟୀ, ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ଲାଠୋର ବନବିଭାଗ କର୍ମଚାରୀ ଗ୍ରାହକ ସାଜି ବଜ୍ରକାପ୍ତା କିଣିବା ପାଇଁ ପହଞ୍ଚିଥିଲେ ଓ ପୂର୍ବରୁ ଯୋଜନା ମୁତାବକ ସେ ଚୋରା ଚାଲାଣକାରୀ ମାନଙ୍କ ସହ ବଜ୍ରକାପ୍ତା କିଣିବା ପାଇଁ ମୁଲଚାଲ କରିଥିଲେ ବୋଲି ସୂଚନା ଦିଆଯାଇଛି । ଖପ୍ରାଖୋଲ ବ୍ଲକ ବନମାଲ ଓ ମହାପଦର ଗ୍ରାମରେ ଥିବା ଏକ ପଡ଼ିଆଠାରେ ପହଞ୍ଚିଥିଲେ । ସେଠାରୁ ବଜ୍ରକାପ୍ତା ଉଦ୍ଧାର କରିବା ସହିତ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡ଼ିଛି ।

ଗିରଫ ଦୁଇ ଜଣଙ୍କ ମଧ୍ୟରୁ ମହାପଦର ଗ୍ରାମର ସୁଶୀଲ ଧରୁଆ ଏବଂ ସର୍ଗିପାଲି ଗ୍ରାମର ବଜରଙ୍ଗ ଧରୁଆଙ୍କୁ ଗିରଫ କରିଥିବା ବନବିଭାଗ ସୂଚନା ଦେଇଛି । ସେହିପରି ଏଥିରେ ଆଉ ଜଣେ ସଂଶ୍ଳିଷ୍ଟ ଜଣାପଡ଼ିଥିବା ବେଳେ ବର୍ତ୍ତମାନ ତାକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ ଚାଲିଥିବା ତଥା ଏହି କାରବାର କେବେ ଠାରୁ ଚାଲିଥିଲା ଓ କେଉଁ ମାନଙ୍କ ର ସମ୍ପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ କରିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।