ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
277

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୦/୧୦) : ଭାରତ ସରକାର ଙ୍କ ଖେଳ ମନ୍ତ୍ରଣାଳୟ ଅଧିନସ୍ଥ୍ ନେହେରୁ ଯୁବ କେନ୍ଦ୍ର ତରଫରୁ Clean India Drive ଚାଲୁରହିଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ଵଚ୍ଛତା କାର୍ଯ୍ୟକ୍ରମ ଚାଲିଛି । ଗତ କାଲିଠାରୁ ବୌଦ୍ଧ NAC ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହି ସ୍ଵଚ୍ଛତା କାର୍ଯ୍ୟକ୍ରମ ଆଜି ଜାମୁ ଛକ ଠାରୁ ଆରମ୍ଭ କରି ୱେୟାରଲେସ ଛକ, ଗାନ୍ଧୀ ଛକ, ବସଷ୍ଟାଣ୍ଡ, କଚେରି ଛକ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର DYO ନବନିତ୍ କୁମାର ,DG nominee ଦେବାସିସ ପୁରୋହିତ, ଯୁବ ରେଡକ୍ରସ ସମ୍ପାଦକ୍ ପ୍ରବୀର୍ କୁମାର ଦାସ , ବୌଦ୍ଧର DIPRO Madam ଗ୍ରାମ୍ୟ ବିକାଶ ପରିଷଦ ର ସମ୍ପାଦକ କୃତିବସ ପାଳିଆ ଉପସ୍ଥିତ ଥିଲେ । ନେହେରୁ ଯୁବ କେନ୍ଦ୍ରର ସମସ୍ତ ସ୍ୱେଚ୍ଛାସେବୀ ,ରେଡକ୍ରସ ର ସ୍ୱେଚ୍ଛାସେବୀ,କିଛି ୟୁଥ କ୍ଲବର ସ୍ୱେଚ୍ଛାସେବୀ ମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ ପୂର୍ବକ ଏହି ସଫେଇ କାର୍ଯ୍ୟକ୍ରମ କୁ ସୁଫଳ କରିଛନ୍ତି ।

ଏହି Clean India Drive ଏହି ମାସର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ସହିତ ବୌଦ୍ଧ ଜିଲ୍ଲାର ସମସ୍ତ ବ୍ଲକ୍ ଗ୍ରାମରେ ଆଗାମୀ ଦିନରେ ଏହି Drive ଚାଲିବ ବୋଲି NYKS ବୌଦ୍ଧ ର DYO ସାର୍ ମତବ୍ୟକ୍ତ କରିଛନ୍ତି ।