ବୌଦ୍ଧ ବ୍ଲକ ମୁଣ୍ଡାପଡା ଗ୍ରାମ ରେ ପୋଖରୀ ପାଣିରେ ବୁଡି ଯୁବକ ମୃତ

0
373

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୯/୧୦) : ଆଜି ବୌଦ୍ଧ ବ୍ଲକ ମୁଣ୍ଡାପଡା ଗ୍ରାମ ର ଶନିବାର ଏକ ଅଭାବନିୟ ଘଟଣା ଘଟିଛି l ଘଟଣାରୁ ପ୍ରକାଶ ଯେ, ମୁଣ୍ଡାପଡା ଗ୍ରାମର ରଂଜିତ ନାଏକଙ୍କ ପୁଅ ରାକେଶ ନାଏକ (୨୦) ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପୋଖରୀ ପାଣି ଭିତରେ ପଡି ଯାଇଥିଲେ l

୧୦୮ ଆମ୍ବୁଲାନ୍ସ ଡାକି ବୌଦ୍ଧ ଡାକ୍ତରଖାନା ନେବାକୁ ଯାଉଥିବା ବେଳେ ଆମ୍ବୁଲାନ୍ସ କର୍ମଚାରୀ ମାନେ ମୃତ ଘୋଷଣା କରିବାରୁ ଆମ୍ବୁଲାନ୍ସ ଫେରି ଆସିଥିଲା l ବୌଦ୍ଧ ବ୍ଲକ ମୁଣ୍ଡାପଡା ଗ୍ରାମ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଜହ୍ନlପଙ୍କ ସମାଜ ପ୍ରତିନିଧି ମନରଞ୍ଜନ ନାୟକ, ରୂପଚରଣ ନାଏକ,ସରପଞ୍ଚ ବିଦ୍ୟାଧର ସ୍ୱାଇଁ ତାଙ୍କ ଘରକୁ ଯାଇ ମୃତ ରାକେଶ ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ପିତା ରଂଜିତ ନାଏକଙ୍କୁ ସରପଞ୍ଚ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ l

ଏହା ସହ ବlରପୁଡୁଗ ଗ୍ରାମର ମୃତ ସୁଦାମ ଷlଣ୍ଢଙ୍କ ପୁତ୍ର ଭିନ୍ନକ୍ଷମ ଦୁର୍ଯ୍ୟଧନ ଷlଣ୍ଢଙ୍କୁ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନାରେ ୨୦୦୦ ଟଙ୍କା ମଧ୍ୟ ଦେଇଥିଲେ l