Tuesday, March 19, 2024

Top 5 This Week

Related Posts

ନେହରୁ ଯୁବ କେନ୍ଦ୍ର ର ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୧/୧୦) : ବୌଦ୍ଧ ନେହରୁ ଯୁବ କେନ୍ଦ୍ର ଓ ଜୟ ଜଗନ୍ନାଥ ଯୁବକ ସଂଘ ମିଳିତ ଆନୁକୂଲ୍ୟରେ ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଠାରେ ଅପଚୟ ପ୍ଲାଷ୍ଟିକ ସଂଗ୍ରହ ଓ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ସଭାପତି ରମେଶ ପ୍ରଧାନ ଯୋଗ ଦେଇ ପ୍ଲାଷ୍ଟିକ ବ୍ୟବହାର ର ଭୟାବହତା ଓ ନିୟନ୍ତ୍ରଣ ଉପରେ ଅବଗତ କରାଇଥିଲେ । ନେହରୁ ଯୁବ କେନ୍ଦ୍ର ସଂଘର ସଭାପତି ଅମିତା ଵଚନ ବେହେରା ଓ ଅନ୍ୟାନ୍ୟ ସମସ୍ତ ସଭ୍ୟମାନେ ମିଶି ଅପଚୟ ପ୍ଲାଷ୍ଟିକ ଗୁଡିକ ସଂଗ୍ରହ କରିବା ସହ ପ୍ଲାଷ୍ଟିକ କୁ ବ୍ୟବହାର କରିବା ପରେ ବାହାରେ ଏଣେତେଣେ ନ ପକାଇ ଘରେ ମଇଳା କୁଣ୍ଡ ରେ ରଖି ପ୍ଲାଷ୍ଟିକ ନବୀକରଣ ନିମନ୍ତେ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପଠାଇବାକୁ ସଚେତନ କରିଥିଲେ । ଆଜି ସମୁଦାୟ ୩୫ କେଜି ପ୍ଲାଷ୍ଟିକ ସଂଗୃହିତ ହେଇଥିଲା। ଶେଷରେ କୋଷାଧ୍ୟକ୍ଷ ସୁଶୀଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles