ହାତୀ କାଳିକା ଗ୍ୟାଙ୍ଗର ୨ ଲୁଟେରାଙ୍କୁ ଗିରଫ କରିବା ପରେ SP ଙ୍କ ପ୍ରେସ ମିଟ

0
221

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୩/୧୦) : ଗତ ଅଗଷ୍ଟ ୧୯ ତାରିଖରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତପାଳ ପେଟ୍ରୋଲ ପମ୍ପ ଡକାୟତି ମାମଲାରେ ହାତୀ କାଳିକା ଗ୍ୟାଙ୍ଗର ୨ ଲୁଟେରାଙ୍କୁ ପୋଲିସ ଗିରଫ କରିଛି ।dkl1 1 ହାତୀ କାଳିକା ଗ୍ୟାଙ୍ଗର ୨ ଲୁଟେରାଙ୍କୁ ଗିରଫ କରିବା ପରେ SP ଙ୍କ ପ୍ରେସ ମିଟ

ଲୁଟେରାଙ୍କ ଠାରୁ ଦୁଇଟି ପିସ୍ତଲ, ୫ ଟି ମାଗଜିନ, ୨୦ ରାଉଣ୍ଡ ଗୁଳି, ୧୨ଟି ମୋବାଇଲ ଫୋନ ଓ ଦୁଇଟି ଭୁଜାଲି ଜବତ କରାଯାଇଛି । କୁଖ୍ୟାତ ହାତୀ କାଳିକା ଗ୍ୟାଙ୍ଗର ଏହି ସଦସ୍ୟମାନେ ଘଟଣା ଦିନ ଢେଙ୍କାନାଳ ଓ କଟକ ଜିଲ୍ଲାର ୪ ଗୋଟି ପେଟ୍ରୋଲ ପମ୍ପ ଡକାୟତି କରିଥିଲେ ।

ଏହି ଘଟଣାରେ ପୂର୍ବରୁ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ୨ଜଣଙ୍କୁ ଗୀରଫ କରିବାରେ ସକ୍ଷମ ହୋଇଛି । ବଳଦିଆ ବନ୍ଧ ପେଟ୍ରୋଲ ପମ୍ପ ଡକାୟତି ଓ ୨ଦିନ ତଳେ ଆଠଗଡ଼ ATM ଭ୍ୟାନ ଡକାୟତିରେ ସଂପୃକ୍ତି ସଂପର୍କରେ ଅନୁସନ୍ଧାନ ପାଇଁ ଏମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ ପୋଲିସ ନିସ୍ପତି ନେଇଛି ।

ଜଗତସିଂହପୁର ଅଞ୍ଚଳରେ ହାତୀ କାଳିଆ ଗ୍ୟାଙ୍ଗ ସହିତ ସପୃକ୍ତ ଏହି ୨ଜ ଣଙ୍କ ନାମରେ ବିଭିନ୍ନ ଜିଲ୍ଲାରେ ୧୭ ଗୋଟି ମାମଲା ରହିଥିବା ଢେଙ୍କାନାଳ ଆରକ୍ଷୀ ଅଧିକ୍ଷକ କେ ଶିବା ସୁବ୍ରମଣି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।