ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜିଉଙ୍କୁ ଦର୍ଶନ କରିପାରିବେନି ଭକ୍ତ

0
160

ରିପୋର୍ଟ : ସୁଭାସିସ ନାୟକ
ପୁରୀ,(୧୫/୧୦) : ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ ରହିବ l ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏସ୍ଓପି ଜାରି କରାଯାଇଛି ।

ଏସ୍ଓପି ଅନୁସାରେ, ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀ ଜିଉଙ୍କୁ ଦର୍ଶନ କରିପାରିବେନି ଭକ୍ତ | ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦଶହରା ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ୧୬ ତାରିଖ ଭସାଣୀରେ ଦିନ ୧୨ ଟା ପରଠାରୁ ଦର୍ଶନ ବନ୍ଦ ରହିବ । କୁମାର ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଦୀପାବଳି, ବଡ଼ ଏକାଦଶୀ,କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ ରହିବ ।

ଏହା ସହ ଶ୍ରୀମନ୍ଦିର ପରିସରକୁ ପଲିଥିନ ନେବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଶ୍ରୀମନ୍ଦିରକୁ ପଲିଥିନ ନେଲେ ଶହେ ଟଙ୍କା ଜରିମାନା ଲାଗିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି ।କରୋନା ସଂକ୍ରମଣ ପାଇଁ ପୂଜା ପର୍ବାଣୀରେ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।