ଆଗାମୀ ପଞ୍ଚାୟତ ନିର୍ବାଚନ ସଭ୍ୟ ପଦର ପୁନଃବିଚାର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0
159

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୬/୧୦) : ଆଗାମୀ ପଞ୍ଚାୟତ ନିର୍ବାଚନ ହେତୁ ପଞ୍ଚାୟତ ତଥା ପୌରପାଳିକା ସ୍ତରରେ ନିର୍ବାଚନ ଲଢ଼ିବାକୁ ସଭ୍ୟମାନେ ଅଣ୍ଟା ଭିଡ଼ିଲେଣି । ଭାରତର ନିର୍ବାଚନ ନିୟମ ଅନୁସାରେ ପ୍ରତି ପାଞ୍ଚ ବର୍ଷରେ ସଂରକ୍ଷିତ ଆସନ ରହି ଆସୁଅଛି ।

କିନ୍ତୁ ସରକାରଙ୍କ ଦ୍ୱାରା ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଏହି ସଂରକ୍ଷିତ ଆସନକୁ ନେଇ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଶୁଆ ଖାଇକାଟେଣୀ ଗ୍ରାମପଞ୍ଚାୟତ ର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ପଞ୍ଚାୟତରେ ପ୍ରାୟ ୫୦୦୦ ଲୋକ ରହି ଆସୁଥିବା ବେଳେ ଆସନ୍ତା ନିର୍ବାଚନ ପାଇଁ ଉଭୟ ସରପଞ୍ଚ ଏବଂ ସମିତି ସଭ୍ୟ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଉକ୍ତ ପଞ୍ଚାୟତରେ ସମୁଦାୟ ଲୋକ ସଂଖ୍ୟାର ୧୨% ଲୋକ ଏହି ଅନୁସୂଚିତ ଜନଜାତି ରହି ଆସୁଥିବା ସମୟରେ ଅବଶିଷ୍ଠ ୮୮% ଅନ୍ୟାନ୍ୟ ଅଟନ୍ତି ଯାହାକି ଉପଯୁକ୍ତ ପ୍ରାର୍ଥୀ ଚୟନ ରେ ସମସ୍ୟା ସୃଷ୍ଟି କରିପାରେ । ଏହାଦ୍ୱାରା କୁ-ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିବିଶେଷ ମାନେ ଏହାର ସୁଯୋଗ ନେଇ କ୍ଷମତା ପ୍ରାପ୍ତ ହେବା ସହ ଏହା ଦଲାଲ ମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି ।

ତେଣୁ ମାନ୍ୟବର ଜିଲ୍ଲାପାଳ ମହୋଦୟ ଉକ୍ତ ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରି ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ କରାଇବାର ସୁ-ବନ୍ଦୋବସ୍ତ କରାଇବାକୁ ଦାବି କରିଛନ୍ତି ।