ଗାଈ ଗୋରୁ ଙ୍କ ଫାଟୁଆ ରୋଗର ସେବାରେ ଦିନ ରାତି ଏକ କରିଦେଇଛନ୍ତି L.l. ନାରାୟଣ ବାରିକ

0
360

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୩/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଏଵେ ଗାଈ ଗୋରୁ ଙ୍କୁ ବିଶେଷ ମାତ୍ରାରେ ଗୋଡ଼ ରେ ଫାଟୁଆ ରୋଗ ଆକ୍ରାନ୍ତ ହେଉଛନ୍ତି | ତେଣୁ ଏହି ରୋଗର ଉପଶମ ପାଇଁ ସରକାର ପ୍ରତି ଜିଲ୍ଲା ର ଜିଲ୍ଲା ପ୍ରାଣୀଧନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |WhatsApp Image 2021 10 23 at 1.04.59 PM ଗାଈ ଗୋରୁ ଙ୍କ ଫାଟୁଆ ରୋଗର ସେବାରେ ଦିନ ରାତି ଏକ କରିଦେଇଛନ୍ତି L.l. ନାରାୟଣ ବାରିକ

ତେଣୁ ହରଭଙ୍ଗା ବ୍ଲକ ରେ ଧଳପୁର L.l. ଭାବରେ କାର୍ଯ୍ୟରତ ଶ୍ରୀ ନାରାୟଣ ବାରିକ ଏହି କାର୍ଯ୍ୟରେ ନିଜକୁ ଦିନ ରାତି ଏକ କରି ଦେଇଛନ୍ତି | ଏହି କାର୍ଯ୍ୟକ୍ରମ ଆଜ କୁ ତିନିଦିନ ଧରି ଚାଲୁଅଛି ଏହା ୧୦ ଦିନ ପର୍ଯ୍ୟନ୍ତ ଚାଲୁରହିବ | ଦିନ କୁ ପ୍ରାୟ ଶ୍ରୀ ବାରିକ ୭୦ ରୁ ୮୦ ଟି ଗାଈ ଗୋରୁ ଙ୍କ ଫାଟୁଆ ରୋଗ ର ଚିକିତ୍ସା କରୁଛନ୍ତି | ସୂଚନା ଅନୁଯାଇ ଆଜି ଶ୍ରୀ ବାରିକ ଭ୍ରାମ୍ୟମାଣ ଗାଡି ଦ୍ୱାରା ରାମଗଡ଼ ପଞ୍ଚାୟତ କୋଇଲିସୂତା ଗ୍ରାମର ଚିକିତ୍ସା କରୁଛନ୍ତି |

ଚିକିତ୍ସା ରେ ଆଣ୍ଟିବାଇଟିକ, ପେନ କ୍ଳିଅର, ଭିଟାମିନ ର ଦେଉଥିବାର ଗୋ ମାତାଙ୍କୁ ଦେଖିବାକୁ ମିଳିଥିଲା | ଶ୍ରୀ ବାରିକ କହିଛନ୍ତି ଯେ ହରଭଙ୍ଗା ବ୍ଲକ ରେ ଫାଟୁଆ ରୋଗ ଚଳିତ ବର୍ଷ ବନ୍ଦ ନ ହେବା ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ସେ ଚାଲୁ ରଖିବେ ତାଙ୍କ ଏହି ତ୍ୟାଗ ରେ ବହୁ ଜନସାଧାରଣ ପ୍ରଶଂସା କରିଛନ୍ତି |