ନିର୍ବାଚନ ବିଗୁଲ୍ ବାଜିଲା : ଜିପିଓ ପଦ ଭର୍ତ୍ତି କେବେ ? ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବେକି ?

0
197

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୬/୧୦) : ନିର୍ବାଚନ ବିଗୁଲ୍ ବାଜିଲା | କିନ୍ତୁ କାଶୀନଗର ରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ ଖାଲି ପଡ଼ିଛି । କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଛୁଟି ରେ ଯାଇଛନ୍ତି ।

ତହସିଲଦାର ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଉକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହେଇଗଲାଣି । ନିର୍ବାଚନ ବିଗୁଲ୍ ବାଜିଲା ପରେ ନିର୍ବାଚନ ରେ ବ୍ଲକ ର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଓ) ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ ଖାଲି ପଡ଼ିଛି । ନିର୍ବାଚନ ପରିଚାଳନା ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ତେଣୁ ବିଭାଗ ଓ ନିର୍ବାଚନ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ ।