ମାଓ ପୋଷ୍ଟର ରେ ମମିତା ମେହେରଙ୍କ ହତ୍ୟା ଅଭିଯୋଗରେ କ୍ଷତି ପୂରଣ ଦାବି

0
226

ରିପୋର୍ଟ : ନରତ୍ତମ ପାଢୀ //
ମୁନୀଗୁଡା,(୨୮/୧୦) : ମୁନିଗୁଡା ବ୍ଲକ କୁମୁଡାବଳି ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମମିତା ମେହେରଙ୍କ ହତ୍ୟା ଅଭିଯୋଗରେ କ୍ଷତି ପୂରଣ ପ୍ରଦାନ ପାଇଁ ୫୦ଲକ୍ଷ ଟଙ୍କା ଦେବା ପାଇଁ ଉଲ୍ଲେଖ କରାଯାଇଛି ।

ନବୀନ ସରକାର ଶାସନରେ ମହିଳା ମାନଙ୍କୁ ସୁରକ୍ଷିତ ଦେବାରେ ବିଫଳ ଅଟନ୍ତି ବୋଲି ତାଙ୍କର ଇସ୍ତଫା ଦେବା ପାଇଁ ଲେଖା ହୋଇ ୫ ଟି ଜାଗାରେ ମାଓ ପୋଷ୍ଟର ଲାଗିଛି । ମମିତା ମେହେରଙ୍କ ନ୍ୟାୟ ପାଇବା ଆଶାରେ ଉଲ୍ଲେଖ କରାଯାଇଅଛି । ନବୀନ ବାବୁ ମହିଳା ମାନଙ୍କ ପାଇଁ ନାରାବାଜି କରୁଛନ୍ତି କିନ୍ତୁ ତାଙ୍କ ମିଶନ ଶକ୍ତି ଦ୍ୱାରା ମାକୁ ସମ୍ମାନ ଓ ଗାଁକୁ ସମ୍ମାନ ନାରୀକୁ ସୁରକ୍ଷିତ ରଖିବାରେ ଅସଫଳ ହୋଇଛନ୍ତି ।

ଏଣୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିରୋଧରେ ଉଲ୍ଲେଖ ଅଛି । ନବୀନ ପଟ୍ଟନାୟକଙ୍କ ତାଙ୍କ ମିଶନ ଶକ୍ତି କାର୍ଯ୍ୟ ଫେଲ ମାରିଛି ଓ ନାରୀ ସୁରକ୍ଷା ପାଇଁ ସେ ଉପଯୁକ୍ତ ନୁହନ୍ତି ବୋଲି ଉଲ୍ଲେଖ ଅଛି ।