ସହକାରୀ ବନ ସଂରକ୍ଷକ ଙ୍କ ବଦଳିକୁ ନେଇ ବିରୋଧ କରୁଛି ଜନ ସୁରକ୍ଷା ମଞ୍ଚ

0
207

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୦) : ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ଗୋଛାୟତଙ୍କୁ ରାଉରକେଲା କୁ ବଦଳି କରାଯିବା ଘଟଣାକୁ ବିରୋଧ କରିଛି ଜନ ଅଧିକାର ସୁରକ୍ଷା ମଞ୍ଚ l

ଆଜି ସହକାରୀ ବନ ସଂରକ୍ଷକ ଙ୍କ ବଦଳିକୁ ବିରୋଧ ନେଇ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପଙ୍କ ଜରିଆରେ ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଭୁବନେଶ୍ୱର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଶ୍ରୀ ଗୋଛାୟତଙ୍କ ଭଳି ଜଣେ ଦକ୍ଷ ଓ କର୍ତ୍ତବ୍ୟ ନିଷ୍ଠ ବନ ଅଧିକାରୀଙ୍କୁ ବୌଦ୍ଧରେ ମାତ୍ର ଦେଢ ବର୍ଷର ରହଣୀ ମଧ୍ୟରେ ଅନ୍ୟତ୍ର ବଦଳି କରାଯିବା ଅଭିସନ୍ଧି ମୂଳକ ବୋଲି ମଞ୍ଚ ଅଭିଯୋଗ କରିଛି |

ବର୍ତ୍ତମାନ ଶ୍ରୀ ଗୋଛାୟତଙ୍କ ତତ୍ୱାବଧାନରେ ବୀରନରସିଂପୁର୍ ନନ୍ଦନ ବନ ସଫାରୀ, ନାଏକ ପଡା ଗୁମ୍ଫା ନିକଟରେ ପ୍ରସ୍ତାବିତ ଫରେଷ୍ଟ ପାର୍କ ନିର୍ମାଣ ଓ ଡମ୍ବରୁଗାଡ଼ ଓ ମର୍ଜାକୁଦ୍ ଇକୋ ଟୁରିଜମ ଆଦି ପ୍ରକଳ୍ପ ଓ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପାଇଁ ଜଙ୍ଗଲ ଜମି ହସ୍ତାନ୍ତର କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବା ବେଳେ ତାଙ୍କୁ ଏତେ ଶୀଘ୍ର କମ ଦିନରେ ବଦଳି କରାଯିବା ଉଚିତ୍ ହୋଇ ନାହିଁ ବୋଲି ଜନ ଅଧିକାର ସୁରକ୍ଷା ମଞ୍ଚ ଅଭିଯୋଗ କରିଛି |

ରାଉରକେଲା କୁ ହୋଇଥିବା ବଦଳି ଆଦେଶ ଶୀଘ୍ର ରଦ୍ଦ କରା ନ ଗଲେ ଆନ୍ଦୋଲନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆ ଯାଇଛି l ଦାବି ପତ୍ର ପ୍ରଦାନ ସମୟରେ ମଞ୍ଚର ସଭାପତି ଅବଦୁଲ ହଲିମ୍ ଖାନ୍, ଆବାହକ ସତ୍ୟଜିତ କୁମାର୍ ପଣ୍ଡା, ସିଦ୍ଧେଶ୍ୱର ବେହେରା, ନରେଶ କୁମାର୍ ପ୍ରଧାନ,ସୁଧୀର ହୋତା, ପୁରନ୍ଦର ଗିରି ପ୍ରମୁଖ ଉପସ୍ଥିତ ଥିଲେ l