ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଆରମ୍ଭ

0
207

ରିପୋର୍ଟ : ଏନ ସନ୍ତୋଷ କୁମାର
ବୈପାରୀଗୁଡା,(୨୯/୧୦) : ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଦିବ୍ୟାଙ୍ଗ ମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ଉଦ୍ଦେଶ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଆରମ୍ଭ ହୋଇଯାଇଛି lଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ

ଏହି ଶିବିର ମାଧ୍ୟମରେ ଦିବ୍ୟାଙ୍ଗ ଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବା ପାଇଁ ଉଦ୍ୟମ କରୁଛନ୍ତି ସରକାର l ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ କୁନ୍ଦୁରା ପଞ୍ଚାୟତ ସମିତି କାର୍ଯାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଅନୁଷ୍ଠିତ ହୋଇଯାଇଛି l

କୁନ୍ଦୁରା ଗୋଷ୍ଟି ଉନୟନ ଅଧିକାରୀ ସ୍ନହଲତା ମାଝୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁରେନ୍ଦ୍ର ପରଜା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଞ୍ଚଳ ମହାପାତ୍ର, ସୌଦାମିନୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଧାନରାମ ପ୍ବାରିକ, ଯୁବ ବିଜେଡି ସଭାପତି ରମାକାନ୍ତ ମିଶ୍ର ଯୋଗ ଦେଇଥିଲେ lWhatsApp Image 2021 10 29 at 7.55.46 AM 1 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଆରମ୍ଭ

ଏହି ଶିବିରରେ ମାନସିକ ରୋଗୀ ୪୮ ଜଣ, ଅସ୍ତିଶଲ୍ୟ ୧୩୦ ଜଣ ,ମୁକବଧିର ରୋଗୀ ୬୩ ଜଣ, ଚକ୍ଷୁ ରୋଗୀ ୪୮ ଜଣଙ୍କୁ ବିଭାଗର ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରିଥିଲେ । ଏହି ଶିବିରରେ ମୋଟ ୨୧୦ ଅନଲାଇନ ଆବେଦନକାରୀ ଏବଂ ୯୬ ଜଣ ଅପଲାଇନରେ ଦିବ୍ୟାଙ୍ଗ ଚିହ୍ନଟ କରାଯାଇଛି । ଖୁବ ଶୀଘ୍ର ଚିହ୍ନଟ ସମସ୍ତ ଦିବ୍ୟାଙ୍ଗ ଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ଗୋଷ୍ଠି ଉନୟନ ଅଧିକାରୀ ପ୍ରକାଶ କରିଛିନ୍ତି l

ଏହି ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖରା ପରିଚାଳନା କରିଥିବା ବେଳେ ପୋଗ୍ରାମ ଅଫିସର ବସନ୍ତ କୁମାର ବଳ, ପୁନମ ସାହୁ, ସାଥି ସଙ୍ଘଠନ, ମହାବିଦ୍ୟାଳୟ ଛାତ୍ ଓ ଛାତ୍ରୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ l