ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କୁ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର

0
147

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୦) : ଜିଲ୍ଲା ରେ ମନୁପାଲି ଓ ମନମୁଣ୍ଡା ଠାରେ ମିଶନ ଶକ୍ତି ଓ ବିଭିନ୍ନ ବ୍ୟାଙ୍କ ମାନଙ୍କ ସହଯୋଗରେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଆର୍ଥିକ ସାକ୍ଷରତା ଶିବିର ର ଆୟୋଜନ କରାଯାଇଥିଲା |

ଏହି ଦୁଇଟି ଶିବିରରେ ମୋଟ ୫୦୦ ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଯୋଗ ଦେଇଥିଲେ | ବୌଦ୍ଧ ଏଲ ଡି ଏମ , ଡି ପି ସି ମିଶନ ଶକ୍ତି, ଡି ପି ଏମ ଓ ଏଲ ଏମ ଡି ଜି ଏମ ନାବାର୍ଡ, ଷ୍ଟେଟ ବ୍ୟାଙ୍କ ମନୁପାଲି ଓ ଇଣ୍ଡିଆନ ବ୍ୟାଙ୍କ ମନମୁଣ୍ଡା ର ଶାଖା ପରିଚାଳକ ଏହି ଶିବିରରେ ଉପସ୍ଥିତ ରହି ମହିଳା ମାନଙ୍କୁ ମିଶନ ଶକ୍ତି ଲୋନ, ମହିଳା ମାନଙ୍କ ପାଇଁ ବିଭିନ୍ନ ଯୋଜନା ଓ ବୀମା ସମ୍ବନ୍ଧୀୟ ସଚେତନତା ପ୍ରଦାନ କରିଥିଲେ. ଏହି ଶିବିର ରେ ଇଣ୍ଡିଆନ ବ୍ୟାଙ୍କ ମନମୁଣ୍ଡା ଦ୍ୱାରା ୧୦ ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୧୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରା ଯାଇଥିଲା | ମିଶନ ଶକ୍ତି, ସମସ୍ତ ବ୍ୟାଙ୍କ ଓ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ର ଏ କାର୍ଯ୍ୟକ୍ରମ କୁ ମହିଳା ଙ୍କୁ ପ୍ରୋତ୍ସାହନ ପ୍ରଦାନ କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ବାସୀ ପ୍ରଶଂସା କରିଛନ୍ତି l