ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଙ୍କ ଦୁଇ ଦିନିଆ ବୌଦ୍ଧ ଗସ୍ତ

0
145

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୦) : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ର ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମଣ ମଲ୍ଲିକ ଦୁଇ ଦିନିଆ ବୌଦ୍ଧ ଗସ୍ତରେ ଆସିଥିଲେ |

ପ୍ରଥମ ଦିନ ହରଭଙ୍ଗା ବ୍ଲକ ର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ହରେକୃଷ୍ଣପୁର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଡ଼ବନ୍ଧ ପରିଦର୍ଶନ କରି ପିଲାମାନଙ୍କ ରହିବା, ଖାଇବା ଓ ପାଠପଢା ପଚାରି ବୁଝିଥିଲେ l ତତ୍ପରେ ବାବୁ ଜଗତ ଜୀବନ ରାମ ଅନୁସୂଚିତ ଜାତି ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ l ପରେ ଧଳପୁର ଆଦର୍ଶ ଗ୍ରାମ ବୁଲି ଦେଖିଥିଲେ l ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ l ସନ୍ଧ୍ୟା ସମୟରେ ଜିଲ୍ଲା ସଂଗ୍ରହାଳୟ ବୁଲି ଜିଲ୍ଲା ର କଳା,ସଂସ୍କୃତି, ସ୍ଥାପତ୍ୟ ତଥା ପୁରାତନ ଅସ୍ତ୍ର ଶସ୍ତ୍ର ଦେଖି ଖୁସିବ୍ୟକ୍ତ ହୋଇଥିଲେ l

ଏହି ପରିଦର୍ଶନ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସହିତ ଜିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟାଳୟ ର ସେକ୍ସନ ଅଫିସର ମାନସ ସେଠୀ ଉପସ୍ଥିତ ଥିଲେ ଲ ଦ୍ୱିତୀୟ ଦିନ ନିର୍ଦ୍ଦେଶକ ସରକାରୀ ଉଚ୍ଚ ବିଦ୍ୟାଳୟ, ମେଂଢ଼ୀମାଲ ପରିଦର୍ଶନ କରି ପିଲାଙ୍କ ରହିବା, ଖାଇବା ତଥା ପାଠପଢା ବୁଝିଥିଲେ l ପରେ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସହିତ ସମୀକ୍ଷା ବୈଠକ ଓ ପ୍ରି ମାଟ୍ରିକ ଛାତ୍ର ବୃତ୍ତି ଓ ପୋଷ୍ଟ ମାଟ୍ରିକ ଛାତ୍ରବୃତ୍ତି ଉପରେ ଆଲୋଚନା କରି ସୋନପୁର ଗସ୍ତ କରିଥିଲେ l