ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ

0
168

ରିପୋର୍ଟ : ପ୍ରଶାନ୍ତ ମାଝୀ //
ଝାରସୁଗୁଡା,(୨୯/୧୦) : ଆଜି ଜିଲ୍ଲା ସଂସୃତି ଭବନ ଠାରେ ମୁଖ୍ୟମନ୍ତ୍ରୀ ଲୋକକଳା ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଲକେଶ୍ୱର ଅମାତ ଯୋଗ ଦେଇ ଉଦଘାଟନ କରିଥିଲେ l24df5095 fa47 4a0f bbff f61328d2c655 ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ୨୦୨୧ ଅନୁଷ୍ଠିତ

ଏଥିରେ ଜିଲ୍ଲାର ୫ ଟି ବ୍ଲକର ୫ ଟି କଳାକାର ଦଳ ଅଂଶ ଗ୍ରହଣ କରିଥିଲେ । ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ରେ କୀର୍ତ୍ତନ, ସମ୍ବଲପୁରୀ ନୃତ୍ୟ, ପାଲା ଓ ଦାଶ କାଠିଆ ଭଳି କଳା କୁ କଳାକାର ମାନେ ପରିବେଷଣ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଗୋଟିଏ ଦଳକୁ ଚୟନ କରାଯାଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କୁ ପଠାଯିବ ବୋଲି ଜିଲ୍ଲା ସଂସୃତି ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟ ପକ୍ଷରେ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ଝାରସୁଗୁଡ଼ା ଦଳ ସର୍ବଶ୍ରେଷ୍ଠ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶା ପ୍ରକଠ କରାଯାଇଛି ।