ଆସନ୍ତା ୬ ତାରିଖ ରେ ଜିଲ୍ଲା ବିଜେପି ପକ୍ଷରୁ ଗଜପତି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ

0
194

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୧୧) : ଆସନ୍ତା ୬ ତାରିଖ ରେ ରାଜ୍ୟ ଭାରତୀୟ ଜନତା ପାର୍ଟି ର ଡାକରା କ୍ରମେ ଗଜପତି ଜିଲ୍ଲା ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ତଥା ବିଧାୟକ କେ ନାରାୟଣ ରାଓ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।

ମମିତା ମେହେର ହତ୍ୟାକାଣ୍ଡ ରେ ସରକାର ତଦନ୍ତ ମନ୍ଥର ଓ ଅସଲ ଅଭିଯୁକ୍ତ ସନ ସାଇନ ପବ୍ଲିକ ସ୍କୁଲ ର ମାଲିକ ଗୋବିନ୍ଦ ମେହେର ଙ୍କୁ ଗିରଫ ଦାବୀ ରେ ଆସନ୍ତା ୬ ତାରିଖ ରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ସମ୍ପାଦକ ନୃସିଂହ ପଟ୍ଟନାୟକ ଓ ବାବୁନି ଓ କାଶୀନଗର ବ୍ଲକ୍ ଅଧ୍ୟକ୍ଷ ଶିତ୍ରି ସିମଦ୍ରୀ ଉପସ୍ଥିତ ଥିଲେ ।