କାନପା ବ୍ରିଜ଼ ଛକ ରେ ମଦ୍ୟପଙ୍କ ଗୁଣ୍ଡଗିରି : ୩ ଘଣ୍ଟା ଧରି ଗାଡି ଅଟକ,ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଦାବି

0
175

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୦୪/୧୧) : ବୌଦ୍ଧ ଜିଲ୍ଲା ମନମୁଣ୍ଡା-ଶଗଡା ରାସ୍ତାର କାନପା ବ୍ରିଜ଼ ଛକ ରେ ଦିନକୁ ଦିନ ମଦ୍ୟପ ଙ୍କ ଦାଦାଗିରି ଓ ଗୁଣ୍ଡାଗିରି ବୃଦ୍ଧି ପାଇବାରେ ଲାଗିଛି | ଫଳରେ ଜନ ସାଧାରଣ ଏହି ରାସ୍ତାରେ ଯିବା ସୁରକ୍ଷିତ ମଣୁ ନାହାଁନ୍ତି |WhatsApp Image 2021 11 05 at 11.01.45 AM କାନପା ବ୍ରିଜ଼ ଛକ ରେ ମଦ୍ୟପଙ୍କ ଗୁଣ୍ଡଗିରି : ୩ ଘଣ୍ଟା ଧରି ଗାଡି ଅଟକ,ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ଦାବି

ପ୍ରକାଶ ଥାଉ କି, ଆଜି ପୂର୍ବାହ୍ନ ୮ ଟା ସମୟରେ ମାତଳୀ ଗୋଛାପଡ଼ା ଅଞ୍ଚଳ ର କିଛି ମଦ୍ୟପ କାନପା ବ୍ରିଜ଼ ଛକ ରାସ୍ତାରେ ଦାଦାଗିରି କରି ଏକ ହାୱା ଗାଡି କୁ ୩ ଘଣ୍ଟା ଅଟକାଇ ଦାଦା ଚାନ୍ଦା ମାଗୁଥିବା ଅଭିଯୋଗ ଆସିଛି | ସୂଚନା ମତେ ଏହି ଛକ ନିକଟରେ ବନବିଭାଗ ଜାଗାରେ ଯୋର ଜବରଦସ୍ତ ଅସ୍ଥାୟୀ ଅବାଧ୍ୟରେ ଚୋର ଦେଶୀ ମଦ ଓ ଗଞ୍ଜେଇ କାରବାର ଦୀର୍ଘ ଧରି ଚାଲୁ ରହିଛି | ଏଣୁ ଏହି ସ୍ଥାନରେ ମଦ୍ୟପ ଙ୍କ ଦାଦାଗିରି, ଚୋରି ବୃଦ୍ଧି ପାଇବା ସହିତ ରାସ୍ତାରେ ଯାଉଥିବା ଗାଡି ମଟର ଅଟକାଇ ଚାନ୍ଦା ଅସୁଲ କରୁଥିବା ଅଭିଯୋଗ ହେଉଛି |

ଏଠାରେ ଅଘଟଣ ଘଟିଲେ କିଏ ଦାୟୀ ହେବ ବୋଲି ସାଧାରଣ ଜନତା ଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି | ମଦ୍ୟପ ଙ୍କ ଉତ୍ପାତ, ଦାଦାଗିରି, ଝିଅ ଭଉଣୀ ଙ୍କୁ ରାସ୍ତା ରେ ଗଲା ବେଳେ ଅଶ୍ଳୀଳ ଭାଷା ପ୍ରୟୋଗ ହେଉଛି | ଆଜିର ଘଟଣା ଶଗଡା ଫାଣ୍ଡି ଅଧିକାରୀ ଜାଣିପାରି ଘଟଣା ସ୍ଥଳରେ ପହଞ୍ଚିବାର କିଛି ସୁରାଗ ପାଇ ମଦ୍ୟପ ମାନେ ସେ ସ୍ଥାନରୁ ଚମ୍ପଟ ମାରିଥିଲେ |

ଏଣୁ ଏହି ରାସ୍ତାରେ ପୋଲିସ ପେଟ୍ରୋଲିଙ୍ଗ ପାଇଁ ଅଞ୍ଚଳବାସୀ ଦାବି କରିବା ସହିତ ବୌଦ୍ଧ SP ଏହି ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି |