ଓଡ଼ିଶା ବିଧାନସଭା ସଦାଚାର କମିଟି ର ବୌଦ୍ଧ ଗସ୍ତ

0
223

ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମ୍ପର୍କ ଜିଲ୍ଲାର ବିକାଶରେ ସହାୟକ ହୋଇପାରିଛି
ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୪/୧୦) : ଓଡ଼ିଶା ବିଧାନସଭା ସଦାଚାର କମିଟି ର ଏକ ପ୍ରତନିଧି ମଣ୍ଡଳୀ ଗତ ୨୩ ତାରିଖ ଦିନ ସନ୍ଧ୍ୟାରେ ବୌଦ୍ଧ ଅତିଥି ଭବନଠାରେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା ।

7eb6dae0 532c 4750 859e 35210a18beb1 ଓଡ଼ିଶା ବିଧାନସଭା ସଦାଚାର କମିଟି ର ବୌଦ୍ଧ ଗସ୍ତ

ପରେ ଓଡ଼ିଶା ବିଧାନସଭା ସଦାଚାର କମିଟି ର ଏହି ପ୍ରତିନିଧି ମଣ୍ଡଳୀ ଜିଲ୍ଲା ସଂଗ୍ରହାଳୟ ବୁଲି ଦେଖିଥିଲେ । ୨୪ ତାରିଖ ଦିନ ୧୦ ଘଂଟା ସମୟରେ ପ୍ରତିନିଧି ଦଳ ରାଜବାଟି ସ୍ଥିତ ବୁଦ୍ଧ ପାର୍କ ଏବଂ ରାମେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ । ପରେ ୧୦.୩୦ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଓଡ଼ିଶା ବିଧାନସଭା ସଦଚାର ଗୃହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୌଦ୍ଧ ଜିଲ୍ଲା ରେ ଜନ ପ୍ରତିନିଧିଙ୍କ ସହ ଜିଲ୍ଲା ପ୍ରଶାସନର ସମନ୍ୱୟ ରହିଥିବାରୁ ବୌଦ୍ଧ ଜିଲ୍ଲା ର ଉନ୍ନତି ସମ୍ଭବ ହୋଇପାରିଥିବା କମିଟିର ଅଧ୍ୟକ୍ଷ ତଥା ବଡଚଣାର ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ସ୍ପଷ୍ଟ କରିଥିଲେ ।

ଏହି ମର୍ମରେ ସଂଗ୍ରହ ପରିଚୟ ୪୭ ଧାରାକୁ ପ୍ରତ୍ୟେକ କାର୍ଯ୍ୟାଳୟରେ ଅଧିକାରୀ ମାନଙ୍କ ସହ କର୍ମଚାରୀମାନେ ଜାଣିବା ଜରୂରୀ ଏବଂ କର୍ମକ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ । କମିଟିର ଅନ୍ୟତମ ସଦସ୍ୟ ପୂର୍ବତନ ବାଚସ୍ପତି,ମନ୍ତ୍ରୀ ତଥା ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ କହିଥିଲେଯେ, ସଂଗ୍ରହ ପରିଚୟ ୪୭ ର ଅନୁପାଳନ ବୌଦ୍ଧଜିଲାରେ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉଅଛି ।

ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ମଧ୍ୟରେ ଜିଲାର ବିକାଶ,ଜନସାଧାରଣଙ୍କ ସାମାଜିକ ସୁରକ୍ଷା,ସାଧାରଣ ଜନଜୀବନ ସୁରକ୍ଷା,ଆଇନ ସୁରକ୍ଷା,ଜଙ୍ଗଲ ସୁରକ୍ଷା ସଠିକ୍ ଭାବରେ ଚାଲିଥିବା ସେ ପ୍ରକାଶ କରିଥିଲେ । ସ୍ୱଛତା କାର୍ଯ୍ୟକ୍ରମକୁ ଆଧାର କରି ଜନ ପ୍ରତିନିଧି ଓ ପ୍ରଶାସନ ମିଳିତ ଭାବରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଦ୍ରାର ଉଭୟ ପାଶ୍ୱର୍ ଜନପ୍ରତିନିଧି ଓ ପ୍ରଶାସନ ଏବଂ ଆଇନର ଉର୍ଦ୍ଧ୍ୱରେ କେହି ନାହାନ୍ତି ବୋଲି ଶ୍ରୀଅମାତ ପ୍ରକାଶ କରିବା ସହିତ ସମନ୍ୱୟ ରକ୍ଷା କରି ଜିଲାର ବିକାଶ ପାଇଁ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କଂଟାମାଳ ବିଧାୟକ ମହୀଧର ରଣା ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୁଖୀ କାର୍ଯ୍ୟକ୍ରମକୁ ଟିମ ୱାର୍କ ଭାବରେ କରିବା ପାଇଁ ପରାମର୍ଶ ଦେଇଥିଲେ । ମୋହନା ବିଧାୟକ ଦାଶରଥୀ ଗୋମାଙ୍ଗ ଜିଲାର ବିକାଶ ଦିଗରେ ପ୍ରଶାସନ ଠିକ ଭାବରେ କାର୍ଯ୍ୟ କରୁଥିବା ନେଇ ପ୍ରଶଂସା କରିଥିଲେ ।3eb8a98d faf1 4412 9368 129a27beabef ଓଡ଼ିଶା ବିଧାନସଭା ସଦାଚାର କମିଟି ର ବୌଦ୍ଧ ଗସ୍ତ

ଦେବଗଡ ବିଧାୟକ ସୁବାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରଶାସନ ଓ ଜନ ପ୍ରତିନିଧି ମଧ୍ୟରେ ସୁସମ୍ପର୍କ ସ୍ଥାପନ ଦ୍ୱାରା ଜିଲାର ଉନ୍ନତିରେ ସହାୟକ ହେବା ସହିତ ତଳସ୍ତରରେ ଠିକ୍ ଭାବରେ ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଗରିବ ଶ୍ରେଣୀର ଲୋକ ଉପକୃତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।

ପୂର୍ବତନ ବାଚସ୍ପତି ତଥା ବିଧାୟକ ବ୍ରଜରାଜନଗର କିଶୋର କୁମାର ମହାନ୍ତି ସଂଗ୍ରହ ପରିଚୟ ୪୭ ର କାର୍ଯ୍ୟକାରିତା ଏବଂ ଏହା ଦ୍ୱାରା ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାସହ ସଫଳ ଭାବରେ ଲୋକଙ୍କ ପାଖରେ ପହଂଚାଇବାରେ ସହାୟକ ହେବ ବୋଲି କହିଥିଲେ । ପୂର୍ବତନ ବିରୋଧୀଦଳ ନେତା ତଥା ନର୍ଲା ବିଧାୟକ ଭୁପିନ୍ଦର ସିଂହ ସମସ୍ତ ସରକାରୀ ସେବା ଅଧିକାରୀମାନଙ୍କ ପାଖକୁ ଲୋକ ନଆସି ଲୋକଙ୍କ ପାଖରେ ଅଧିକାରୀ ପହଂଚି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିବା ପ୍ରକାଶ କରିଥିଲେ ।

ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କ୍ଷମତାର ବିକେନ୍ଦ୍ରୀକରଣ ଫଳରେ ସମୟସୀମା ମଧ୍ୟରେ ଲୋକଙ୍କ ନିକଟରେ ପହଂଚାଯାଇପାରିବ ବୋଲି ପ୍ରକାଶ କରିବା ସହ ଶିକ୍ଷାର ବିକାଶ , ମହିଳା ସୁରକ୍ଷା ଓ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ତଥା ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକ ଅବସରରେ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଢୌକନ ଓ ସ୍ମାରକୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା, ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ଥିଲେ । ପରେ କମିଟି ସଦସ୍ୟମାନେ ଐତିହାସିକ ଗନ୍ଧରାଢୀ ମନ୍ଦିର,ପରଗଳପୁର ଓ ଶ୍ୟାମସୁନ୍ଦରପୁର ବୁଦ୍ଧ ପୀଠ ପରିଦର୍ଶନ କରିଥିଲେ ।