ରାୟଗଡରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହେବ

0
197

“ଆଇନ ସଚେତନତା କରିବା ସହିତ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ”
ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା.(୫/୧୧) : ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ତା.୧୩/୧୧/୨୧ ରିଖ ଦିନ ରାୟଗଡରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହେବ l

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ରାୟଗଡରେ ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ରାୟଗଡ ଜିଲ୍ଲା ପ୍ରଶାସନ ସହାୟତାରେ ଅନୁଷ୍ଠିତ ହେବ l ଆଇନ ସେବା ପ୍ରାଧିକରଣ ଜିଲା ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କ ଅନୁରୋଧ କ୍ରମେ ଆଜି ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆରକ୍ଷୀ ଅଧିକ୍ଷକ ରାୟଗଡ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମୋନାଥ ପ୍ରଧାନ,ଅତିରିକ୍ତ ପିଡ଼ି,ଡିଆରଡିଏ ଶ୍ରୀ ଭୀମସେନ ଶବର, ଉପଜିଲ୍ଲାପାଳ ରାୟଗଡ, ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୂଖ ଯୋଗଦାନ କରି ଆଲୋଚନା କରିଥିଲେ l3420014a 65e5 42ae a01b 9d119fe0a8ab ରାୟଗଡରେ ମେଗା ଆଇନ ସେବା ଶିବିର ଅନୁଷ୍ଠିତ ହେବ

ଏହି ଶିବିର ବିଷୟରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତ ଅଧିକାରୀ ମାନଙ୍କ ଅବଗତ କରିଥିଲେ l ଆଇନ ଉପରେ ସଚେତନତା କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସଚେତନତା କରାଯିବ ଓ ହିତାଧିକାରୀ ମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯିବ l ଏଥିପାଇଁ ଜିଲ୍ଲା ସ୍ଥାରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏହି ଶିବିର ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ l ଏଥିରେ ଵିଶେଷ କରି ଭlର୍ଦ୍ଧକ୍ଷ ,ବିଧବା, ଦିବ୍ୟlଙ୍ଗ ଭତ୍ତା, ଋଣ ଅନୁଦାନ ପତ୍ର,ଜଙ୍ଗଲ ଜମି ପଟ୍ଟା, ଅlନ୍ତଜାତି ବୈବlହିକ ସହାୟତା,ଶିଶୁ ସୁରକ୍ଷା ଶକ୍ଷା ତରଫରୁ ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ କରାଯିବ l

ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁରକ୍ଷା କବଚ ପ୍ରଦାନ କରାଯିବ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଆଦିମ ଜନଜାତି ମାନଙ୍କୁ ସହାୟତା ପ୍ରଦାନ କରାଯିବା l ଏହାସହିତ ବିଭିନ୍ନ ବ୍ଲକରେ ମଧ୍ୟ ଆଇନ ସହାୟତା ଶିବିର ଅନୁଷ୍ଠିତ ହେବ ଏବଂ ବିଭିନ୍ନ ସହାୟତା ପ୍ରଦାନ କରାଯିବ l ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗଦାନ କରିଥିଲେ l