ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ଵାଟସଆପ୍‌ ଆଣିଲା ବଡ଼ ପରିବର୍ତ୍ତନ

0
145

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୦୬/୧୧) : ଦୁନିଆର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଚାଟିଂ ଆପ୍ ହ୍ଵାଟସଆପ୍‌ ଗତ କିଛି ବର୍ଷ ମଧ୍ୟରେ ଏହାର ଉପଭୋକ୍ତା ମାନଙ୍କ ପାଇଁ ଅନେକ ନୂଆ ଅପଡେଟ୍ ପ୍ରକାଶ କରିଛି | ଯେଉଁ ଥିରେ ଅନେକ ପରିବର୍ତ୍ତନ ମଧ୍ୟ ହୋଇଛି । ଏଥି ମଧ୍ୟରୁ ଗୋଟିଏ ହେଉଛି ହ୍ଵାଟସଆପ୍‌ Delete for Everyone ଫିଚର୍ । ଖବର ଅନୁଯାୟୀ, ଏହି ଫିଚର୍ ରେ ଏକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି ।

ଲୋକପ୍ରିୟ ସୋସିଆଲ ମିଡିଆ ହ୍ଵାଟସଆପ୍‌ ର ଏହି ଫିଚର୍ ସହିତ, ଆପଣ ସେହି ମେସେଜକୁ ଡ଼ିଲେଟ କରିପାରିବେ ଯାହାକୁ ଆପଣ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ନିକଟକୁ ପଠାଇଥିବେ । ଯେତେବେଳେ ହ୍ଵାଟସଆପ୍‌ ଏହି ଫିଚରକୁ ଜାରି କରିଥିଲା ସେତେବେଳେ ମେସେଜ ପଠାଇବାର ଆଠ ମିନିଟ୍ ମଧ୍ୟରେ ତାହାକୁ ଡ଼ିଲେଟ କରା ଯାଇପାରୁଥିଲା । କିନ୍ତୁ ପରେ କିଛି ସମୟ ମଧ୍ୟରେ ଏହି ସମୟକୁ ଏକ ଘଣ୍ଟାକୁ ବୃଦ୍ଧି କରାଯାଇଥିଲା ।

WABetaInfo ର ଏକ ରିପୋର୍ଟ ଅନୁଯାୟୀ, ହ୍ଵାଟସଆପ୍‌ ଏହାର Delete for Everyone ଫିଚରରେ ଏକ ନୂତନ ପରିବର୍ତ୍ତନ ଆଣିବାକୁ ଯାଉଛି । ହ୍ଵାଟସଆପ୍‌ ବିଟା ଭର୍ସନରେ ଏହି ପରିବର୍ତ୍ତନ ପରୀକ୍ଷା କରାଯାଉଛି । ବର୍ତ୍ତମାନ Delete for Everyone ଫିଚରରେ କୌଣସି ମେସେଜ୍ ଡିଲିଟ୍ କରିବାର ସମୟ ସୀମା ରହିବ ନାହିଁ | ଆପଣ ଅନ୍ୟମାନ ଙ୍କୁ ମେସେଜ ପଠାଇବା ପରେ ଯେକୌଣସି ସମୟରେ ଆପଣଙ୍କ ମେସେଜକୁ ଡ଼ିଲେଟ କରିପାରିବେ । WABetaInfo ରିପୋର୍ଟରେ କୁହାଯାଇଛି ଯେ ହ୍ଵାଟସଆପ୍‌ ବିଟା ଭର୍ସନ ୨.୨୧ .୨୧.୧ ରେ ସମସ୍ତଙ୍କ ପାଇଁ ଡିଲିଟ୍ କରିବାର ଅପସନ ମଧ୍ୟ ଦିଆଯାଇଛି ।

ତେବେ ଉପଭୋକ୍ତା ମାନେ ଏହି ଫିଚର କେତେ ଦିନ ମଧ୍ୟରେ ପାଇବେ ଓ Delete for Everyone ର ଏହି ପରିବର୍ତ୍ତନ କୁ କେତେ ଦିନ ବ୍ୟବହାର କରିପାରିବେ ଏବଂ ସେମାନେ ଏହାକୁ ବ୍ୟବହାର କରିବାକୁ ସମର୍ଥ ହେବେ କି ନାହିଁ ? ଏହି ସବୁର କୌଣସି ସୂଚନା ଦିଆଯାଇ ନାହିଁ ହ୍ଵାଟସଆପ୍‌ ଗତ କିଛି ମାସ ମଧ୍ୟରେ ଅନେକ ନୂତନ ଫିଚର ପ୍ରକାଶ କରିଛି, ଯେଉଁଥିରେ ଡ଼ିସ୍ଅପ୍ୟରିଙ୍ଗ ମେସେଜ ଓ ହ୍ଵାଟସଆପ୍‌ ପେମେଣ୍ଟ ଭଳି ଫିଚର ଆଦି ଅନ୍ତର୍ଭୁକ୍ତ ରହିଛି ।