ମହିଳା କମିଶନ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
168

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା,(୧୨/୧୧) : ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଓ ମହିଳା କମିଶନ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଆଇନ୍ ସେବା ପ୍ରାଧିକରଣ ର ନିର୍ଦ୍ଦେଶ ଅନୁଯାୟୀ ତା ୧୧/୧୧/୨୦୨୧ ରିଖ ଗୁରୁବାର ଦିନ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ରାୟଗଡା ଏବଂ ଜାତୀୟ ମହିଳା କମିଶନ, ରାୟଗଡା ର ମିଳିତ ସହଭାଗୀତା ରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରାୟଗଡା ବ୍ଲକ ଅଫିସ କନଫରେନ୍ସ ହଲ୍ ପରିସର ରେ ଅନୁଷ୍ଠିତ ହୋଇଯାଇଛି |WhatsApp Image 2021 11 12 at 7.58.31 AM 1 ମହିଳା କମିଶନ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମହିଳା କମିଶନ ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଭିକଟୋରିଆ କୁଲୁ, ଏଡିଏମଓ ବି ଲଷ୍ମୀନାରାୟଣ ପୃଷ୍ଟି,ଡାକ୍ତର ନିକିତା ମୋହନା, ଡିସିପିଓ ରମେଶ ଚନ୍ଦ୍ର ନାୟକ, ଡିଏସପି ଉଲ୍ଲାସ ମାଝୀ, ଜିଲ୍ଲା ସୁରକ୍ଷା ଅଧିକାରୀ କାମାକ୍ଷା ପାଢୀ, ସବ ଡିଭିଜନାଲ ସୋସିଆଲ୍ ସିକୁରିଟି ଅଫିସର ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ରାୟଗଡା ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ କାଳୁ ଚରଣ ନାୟକ, ଆଡଭୋକେଟ ଶ୍ରୀ ସାମୁଏଲ୍ ତାଣ୍ଡି, ଶ୍ରୀମତି ପ୍ରଣତି ପାତ୍ର, କୁମାରୀ ଦମୟନ୍ତୀ ମହାନନ୍ଦିଆ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଅଂଶ ଗ୍ରହଣକାରୀ ମାନଙ୍କୁ ମହିଳା ମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଆଇନ ସଂପର୍କରେ ଅବଗତ କରାଇଥିଲେ ଏବଂ ଜିଲ୍ଲା ସ୍ତରରେ ମହିଳା ନେତା ମାନଙ୍କ ର ଏକ ସମୁହ ତିଆରି କରିବା ଏହି ସଚେତନତା କାର୍ଯ୍ୟକ୍ରମ ର ମୂଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଥିଲେ |WhatsApp Image 2021 11 12 at 7.58.30 AM ମହିଳା କମିଶନ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱାଧୀନତା ର ଅମୃତ ମହୋତ୍ସବ ର ପାଳନ ଅବସରରେ ଦେଶ ଗଠନ ରେ ମହିଳା ମାନଙ୍କ ଭୂମିକା ଓ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧୀୟ ଆଲୋଚନା ଏହି କାର୍ଯ୍ୟକ୍ରମ ରେ କରାଯାଇଥିଲା l ପରିଶେଷରେ ଏକ ଖୋଲା ଆଲୋଚନା ରେ ଅଂଶଗ୍ରହଣକାରୀ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଅତିଥି ମାନେ ଦେଇଥିଲେ l ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର ଙ୍କ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬୦ ରୁ ଊର୍ଦ୍ଧ୍ୱ କର୍ମଜିବୀ ମହିଳା ଯଥା ପୋଲିସ କର୍ମଚାରୀ, ଶିକ୍ଷୟତ୍ରୀ, ଡାକ୍ତର, ନର୍ସ, ହେଲଥ ଓରକର, ଅଙ୍ଗନବାଡି କର୍ମଚାରି, ଆଶା କର୍ମଚାରୀ, ସରପଞ୍ଚ, ଓଡ ମେମ୍ବର, ସେଲଫ ହେଲପ୍ ଗ୍ରୁପ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ |

ଏହି କାର୍ଯ୍ୟକ୍ରମ ଟି ସକାଳ ୯.୩୦ ରୁ ପ୍ରାରମ୍ଭିତ ହୋଇ ଅପରାହ୍ନ ୨.୦୦ ରେ ସମାପିତ ହୋଇଥିଲା | କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ ତଥା ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ l