ମମିତା ହତ୍ୟା କୁ ନେଇ ଜାତୀୟ କଂଗ୍ରେସ ତରଫରୁ ୬ ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା

0
261

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୨/୧୧) : ଆଜି ବୌଦ୍ଧ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକ ରେ ମମିତା ହତ୍ୟା କୁ ନେଇ ସାରା ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜାତୀୟ କଂଗ୍ରେସ |4fbb7f2f 93e3 423f b038 6f29260e86de ମମିତା ହତ୍ୟା କୁ ନେଇ ଜାତୀୟ କଂଗ୍ରେସ ତରଫରୁ ୬ ଘଣ୍ଟିଆ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା

ମମିତା ହତ୍ୟା କୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ନବକିଶୋର ମିଶ୍ର ଙ୍କ ଆହ୍ୱାନରେ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମକର୍ତ୍ତା ଆଜି ଏକତ୍ରିତ ହୋଇ ଜିଲ୍ଲା ସାରା ପରିକ୍ରମା କରି ସକାଳ ୬ ଟା ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମମିତା ମେହେର କୁ ଉଚିତ ନ୍ୟାର୍ଯ୍ୟ ପ୍ରଦାନ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କୁ ବହିଷ୍କାର ଦାବି ନେଇ ଏକ ରାଲି ଶୋଭାଯାତ୍ରାରେ ଶାନ୍ତି ପୂର୍ଣ୍ଣ ୬ ଘଣ୍ଟିଆ ବନ୍ଦ ଡାକରା ଦେଇ ଆନ୍ଦୋଳନ କରିଥିଲେ | ଶେଷରେ ହରଭଙ୍ଗା ବ୍ଲକ ଚାରିଛକ ଠାରେ ସମସ୍ତ କଂଗ୍ରସ କର୍ମ କର୍ତ୍ତା ଦିବ୍ୟଶଙ୍କର ମିଶ୍ର ବହିଷ୍କାର ନାରା ଲଗାଇ ବିକ୍ଷୋଭ କରିଥିଲେ |

ଏହି କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କିଶୋର ମିଶ୍ର, ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣ ୟୁଥ କଂଗ୍ରେସ ର ପ୍ରଦୀପ ଦାସ,ସମେତ ହରଭଙ୍ଗା ବ୍ଲକ ର ବହୁ କଂଗ୍ରେସ କର୍ମି ଯୋଗ ଦେଇଥିଲେ |