ଭିନ୍ନକ୍ଷମ ମହିଳା ଙ୍କ ଘରୁ ଚୋରୀ : ଦୁର୍ବୃତ୍ତ ତାଲା ଭାଙ୍ଗି ଟଙ୍କା ଓ ଜିନିଷ ପତ୍ର ଚୋରୀକରି ନେବା ଅଭିଯୋଗ

0
198

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ, ତା(୧୭/୦୭) : ଟିଟିଲାଗଡ ହାଟପଦା ପଡା ମୁକ୍ତିଧାମ ନିକଟରେ ରହୁଥିବା ଜଣେ ଭିନ୍ନକ୍ଷମ ଅସହାୟ ମହିଳା ଙ୍କ ଘର ତାଲା ଭାଙ୍ଗି କେହି ଦୁର୍ବୃତ୍ତ ସବୁ ଚୋରି କରିନେଇ ଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ବିମଳା ନାଗ ନାମ୍ନୀ ଜଣେ କଥାକହି ପାରୁ ନ ଥିବା ଭିନ୍ନକ୍ଷମ ମହିଳା ଙ୍କ ଏକ ମାତ୍ର ୧୭ ବର୍ଷୀୟ ପୁଅ ବିଗତ ଦିନରେ ଟିଟିଲାଗଡ ଝାଙ୍କର ପଡା ରେ ରହୁଥିବା ଏକ ଭଡା ଘରେ ଆତ୍ମହତ୍ୟା କରିଦେଇଥିବା ବେଳେ ଉକ୍ତ ଘର ମାଲିକ ଘର ଛାଡି ବାକୁ କହିଥିଲେ ।

ବିମଳା ଙ୍କ ପାଇଁ ସ୍ୱେଚ୍ଛାସେବୀ ଉକ୍ତ ହାଟପଦା ପଡା ସ୍ଥିତ ମୁକ୍ତିଧାମ ନିକଟରେ ଏକ ଘର ତିଆରି କରି ଦେଇଥିଲେ । ଉକ୍ତ ଘରେ ରହି ଆସୁଥିବା ବେଳେ କେହି ଦୁର୍ବୃତ୍ତ ସେ ଘରେ ନ ଥିବା ବେଳେ ଘର ତାଲା ଭାଙ୍ଗି ସବୁ ଜିନିଷ ପତ୍ର ଓ ଟଙ୍କା ଚୋରି କରିନେଇଯାଇଛି ।

ଉକ୍ତ ସ୍ଥାନରେ କୁଚିଆ ଦେଶୀ ମଦ ଦୋକାନ ରେ ଦିନ,ରାତି ମଦ ବିକ୍ରି ସହ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସ ର କଡା ପେଟ୍ରୋଲିଂ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସ୍ବେଚ୍ଛାସେବୀ ମହଲ ରେ ଦାବୀ ହେଉଛି ।