ରିପୋର୍ଟ : ନରୋତ୍ତମ ପାଢ଼ୀ //
ବିଷମ କଟକ,(୧୩/୧୧) : ବିଷମ କଟକ ମିଶନ ଶକ୍ତି ଆନୁକୂଲ୍ୟରେ ବ୍ଳକ୍ ସ୍ତରିୟ ମେଗା ସମନ୍ନୟ ମେଳା ବିଷମ କଟକ ବିଜୁ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।
ମିଶନ ଶକ୍ତି ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ ଉପଦେଷ୍ଟା ଶ୍ରୀ ସୁଧିର କୁମାର ଦାସ, ସମ୍ମାନିୟ ଅତିଥି ଭାବେ ଅତିରିକ୍ତ ତହସିଲଦାର, ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ଆଲ୍ଲ ବୋଟ୍ ଲାକଡ଼ା ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମ୍ୟାନେଜର୍ ଶ୍ରୀ ଦାସ, ବ୍ଳକ୍ ମଙ୍ଗଳ ସଂମ୍ପ୍ର ସାରଣ ଅଧିକାରୀ ଶ୍ରୀମତୀ ଶୁଭପ୍ରଦା ଶାସମର, ବ୍ଳକ ସଂଯୋକ ଓଡିଶା ଜୀବିକା ମିଶନ ଶ୍ରୀ ରବିନ୍ଦ୍ର ମେଲକା ଓ YP ଶ୍ରୀ ବିଶ୍ଵ ଜିତ ସ୍ୱାଇଁ ଭାଷଣ ପ୍ରଦାନ କରି ମହିଳା ମାନଙ୍କ ଅର୍ଥନୈତିକ ସାମାଜିକ ରାଜନୈତିକ ଉନ୍ନତି ଏବଂ ନିଜେ ନିଜର କାର୍ଯ୍ୟକରି ଆଥିର୍କ ବିକାଶ କରିବେ ତାହା ଉପରେ ଆଲୋଚନା ହୋଇଥିଲା |
କାର୍ଯ୍ୟକ୍ରମରେ ମିଲ ମିଶନ ସଂଯୋଜକ ଶ୍ରୀ ଲକ୍ଷ୍ମୀକାନ୍ତ ମିଳେଟ୍ ଖାଦ୍ୟ ପ୍ରଦଶନୀ ଏସଏଚଜି ମାନଙ୍କ ଦ୍ୱାରା ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସଂଯୋଜନା ଶ୍ରୀବାନନ୍ଧ ସିଂଙ୍ଗ ସଂ ଯୋଜନା କରିବା ବେଳେ ବରିଷ୍ଠ ନାଗରିକ FRO ଶ୍ରୀ ବାଳ ମୁକୁନ୍ଦ ପାଳ ମେଳା ପରିଚଳନା କରିଥିଲେ |
ଏହି ସମୟରେ ବରିଷ୍ଟ ନାଗରିକ ହେଲ୍ପ୍ ଲାଇନ୍ ନଂ ୧୪୫୬୭ ସୂଚନା ପ୍ରଦାନ କରିବା ସହ ସେବା ବିଷୟରେ ବୁଝାଇ ଥିଲେ। ଶେଷରେ ବ୍ଳକ ଅଧ୍ୟକ୍ଷ। ଶ୍ରୀମତୀ ବିଜୟା ଶାନ୍ତି କମ୍ବୃକା ଧନ୍ୟବାଦ ପ୍ରଦାନ କରିଥିଲେ ।