ରାଇପୁର ଠାରେ ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଏବଂ ଶିଶୁ ଦିବସ ପାଳନ

0
157

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୪/୧୧) : ରାଇପୁର ଠାରେ ନେହେରୁ ଯୁବକେନ୍ଦ୍ରର ୪୯ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ମା ମାଉଳି ଯୁବକ ସଂଘ ଏବଂ ଏଲ କେ ବି କେ ର ମିଳିତ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।94c83de6 ddf7 452f af3e 51175476f729 ରାଇପୁର ଠାରେ ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଏବଂ ଶିଶୁ ଦିବସ ପାଳନ

ରାଇପୁର ଠାରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ର ଲକ୍ଷ୍ୟ ଆଭିମୁଖ୍ୟ, ଉଦ୍ଦେଶ୍ୟ କଣ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ଯୁବ ଗୋଷ୍ଠି, ୟୁଥ୍ କ୍ଲବ୍ ମାନଙ୍କର ଭୂମିକା, ଦାୟିତ୍ଵ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ୟୁଥ୍ କ୍ଲବ ର ସମ୍ପାଦକ ବିଦ୍ୟାଧର ପ୍ରଧାନ ଉପସ୍ଥିତ ଶିଶୁ ମାନଙ୍କୁ ଶିଶୁ ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ବଳ ଭବିସ୍ଵତ କାମନା କରିଥିଲେ ।14fc9cdf 8ad4 4163 8a62 c45c7f5d0288 ରାଇପୁର ଠାରେ ନେହେରୁ ଯୁବ କେନ୍ଦ୍ରର ପ୍ରତିଷ୍ଠା ଦିବସ ଏବଂ ଶିଶୁ ଦିବସ ପାଳନ

ଏଲ କେ ବି କେ ର କର୍ମୀ ପ୍ରତାପ ମେହେର ଶିଶୁ ମାନଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ଆଜି ଏକ ପବିତ୍ର ଦିବସ ପଣ୍ଡିତ ଜବାହାର ଲାଲ ନେହେରୁ ଙ୍କ ଜନ୍ମ ଦିବସ ତଥା ଶିଶୁ ଦିବସ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବ୍ୟକ୍ତିତ୍ଵ ଏବଂ ତାଙ୍କ ଜନ୍ମ ଦିବସକୁ କାହିଁକି ଶିଶୁ ଦିବସ ରୂପେ ପାଳନ କରାଯାଏ ସେ ବିଷୟରେ ଶିଶୁ ମାନଙ୍କୁ ଜଣାଇଥିଲେ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବହାର ଲାଲ ନେହେରୁ ବହୁତ୍ ଶିଶୁ ମାନଙ୍କୁ ବହୁତ୍ ଭଲ ପାଉଥିଲେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ମା ମାଉଳି ଯୁବକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଯୁବକ ସଂଘର ସଭାପତି ସୁନିଲ ମଲ୍ଲିକ ପୁନର୍ବାର ସମସ୍ତ ଶିଶୁଙ୍କ ଉଜ୍ବଳ ଭବିଶ୍ଵତ କାମନା ପୂର୍ବକ ଧନ୍ୟବାଦ୍ ଅର୍ପଣ କରିଥିଲେ ।