ଆଦର୍ଶ ଆଚରଣ ବିଧି ସମ୍ପର୍କିତ ସଚେତନତା ବୈଠକ

0
158
ଆଦର୍ଶ ଆଚରଣ ବିଧି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୫/୧) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ସଭାଗୃହ ଠାରେ ଶନିବାର ଆଦର୍ଶ ଆଚରଣ ବିଧି ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ବିଡ଼ିଓ ସ୍ମରଣିକା ତୁଲୋ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କାର୍ଯ୍ୟକାରୀ ହୋଇଥିବା ଆଦର୍ଶ ଆଚରଣ ବିଧି ସମ୍ପର୍କ ରେ ସଚେତନ କରାଯିବା ସହ ଏହା ଯେପରି ସଠିକ୍ ଭାବେ ପାଳନ ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା । ବିଶେଷ କରି କୋଭିଡ୍ କଟକଣା ପାଇଁ ନୂତନ ଭାବେ ଲାଗୁ ହୋଇଥିବା ବିଭିନ୍ନ ମାର୍ଗଦର୍ଶିକା ସମ୍ପର୍କ ରେ ମଧ୍ୟ ସୂଚନା ଦିଆଯାଇଥିଲା ।

ତହସିଲଦାର ହର ପ୍ରସାଦ ଭୋଇ, ଏଏସଆଇ ବିରେନ୍ଦ୍ର ପ୍ରଧାନ, ଏପିଓ କେଦାର ପଣ୍ଡା, ଜିପିଓ ସଂଗୀତା ନାୟକ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।