ବାଇକ ଯୋଗେ ମୃତ ଶ୍ରମିକଙ୍କ ଶବ ନେଇ ଘରେ ପହଞ୍ଚିଲେ ସମ୍ପର୍କୀୟ

0
139

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୧୭/୧୧) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଳକ ର ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଟ୍ରାକ୍ଟର ରେ ବାଲି ଆଣିବାକୁ ଯାଇ ଜଣେ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ସମ୍ପର୍କୀୟ ବାଇକ ଯୋଗେ ମୃତ ଶ୍ରମିକଙ୍କ ଶବ ନେଇ ଘରେ ପହଞ୍ଚିଲେ |WhatsApp Image 2021 11 18 at 8.44.08 AM ବାଇକ ଯୋଗେ ମୃତ ଶ୍ରମିକଙ୍କ ଶବ ନେଇ ଘରେ ପହଞ୍ଚିଲେ ସମ୍ପର୍କୀୟ

ସୂଚନା ଅନୁଯାୟୀ ଟିକ୍ରାପଡ଼ା ଗ୍ରାମ ନିକଟସ୍ଥ ଲାନ୍ଥ ନଦୀକୁ ଟ୍ରାକ୍ଟର ଯୋଗେ କିଛି ଶ୍ରମିକ ବାଲି ଆଣିବାକୁ ଯାଇଥିଲେ । ଉକ୍ତ ସମୟରେ ମୃତ ଶ୍ରମିକ କିଛି ଦୂର କୁ ପାଣି ପିଇବାକୁ ଯାଇଥିବା ବେଳେ ତାଙ୍କ ମୃତ୍ୟୁ କେମିତି ଘଟିଲା ତାହା ଜାଣି ନ ଥିବା ଅନ୍ୟ ଶ୍ରମିକ ପ୍ରକାଶ କରିଛନ୍ତି । ମୃତ ଶ୍ରମିକ ଙ୍କ ସମ୍ପର୍କୀୟ ଲୋକେ ତାଙ୍କ ମୃତ୍ୟୁ ଘଟିଥିବା ଜାଣି ଏକ ବାଇକ ଯୋଗେ ମୃତ ଶ୍ରମିକଙ୍କ ଶବ ନିଜ ଘର କୁ ନେଇଯାଇଥିଲେ । ତାଙ୍କର ପରିଚୟ ସଠିକ ଭାବେ ମିଳି ପାରି ନ ଥିବା ବେଳେ ଶ୍ରମିକ ଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ ଙ୍କୁ ଯୋଗାଯୋଗ କରିବାରୁ ଏପରି କୌଣସି ଖବର କିମ୍ବା ସୂଚନା ନ ଥିବା ଜଣାଇଛନ୍ତି । କେଉଁ କାରଣରୁ କିଭଳି ତାଙ୍କ ମୃତ୍ୟୁ ଘଟିଛି ସେ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି ।