ଭିଡ଼ ପାଇଁ ପୁରୀ ଶ୍ରୀମନ୍ଦିର ରେ ରାତି ୧୧ ଟା ଯାଏଁ ବଢିଲା ଦର୍ଶନ ସମୟ

0
216

ରିପୋର୍ଟ : ସୁଭାସିସ ନାୟକ
ପୁରୀ,(୧୮/୧୧) : ଭିଡ଼ ପାଇଁ ପୁରୀ ଶ୍ରୀମନ୍ଦିର ରେ ଦର୍ଶନ ସମୟ ବୃଦ୍ଧି କରାଯାଇଛି । ସକାଳ ୭ ଟାରୁ ରାତି ୧୧ ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି । 

ଆଜି ଓ ଆସନ୍ତାକାଲି ଅର୍ଥାତ ୧୭ ଓ ୧୮ ତାରିଖ ଦୁଇ ଦିନ ଦର୍ଶନ ସାକାଳ ୭ ଟିରୁ ରାତି ୧୧ ଟା ପର୍ଯ୍ୟନ୍ତ ଚାଲିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ୍ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ । ଭିଡ଼ ପାଇଁ ଏଭଳି ନିଷ୍ପତ୍ତି କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛନ୍ତି । ବୈଠକରେ ଜିଲ୍ଲାପାଳ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସୂଚନାଯୋଗ୍ୟ, କାର୍ତ୍ତିକ ପୂର୍ଣ୍ଣିମା ରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଇ ସକାଳେ ସକାଳେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି । ଯେଉଁଥି ପାଇଁ ଶ୍ରୀମନ୍ଦିର ରେ ଭିଡ଼ ପରିଲକ୍ଷିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ର ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।