ଆସନ୍ତା ଡ଼ିସେମ୍ବର ୨୯ ରୁ ଗଜପତିରେ ଧାନ ସଂଗ୍ରହ

0
156

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୮/୧୧) : ଚଳିତ ବର୍ଷ ଓଡ଼ିଶା ସରକାର ଆସନ୍ତା ଡ଼ିସେମ୍ବର ୨୯ ରୁ ଧାନ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣା ଯାଇଛି ।

ଆଜି ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକ ରେ ବିଭିନ୍ନ ବିଷୟ ରେ ଆଲୋଚନା ହୋଇ ଆସନ୍ତା ଡ଼ିସେମ୍ବର ୨୯ ରୁ କେଉଁ ବ୍ଲକ୍ ରୁ କେବେ ଆଦାୟ କରାଯିବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି । ଏ ସମ୍ପର୍କରେ ଗଜପତି ର ବିଭିନ୍ନ ମିଲାର ମାନଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ

ଏପଟେ ଅଦିନିଆ ବର୍ଷା ଓ ବାତ୍ୟା ଦ୍ଵାରା ଚାଷୀ ଧାନ ଅମଳ କିଭଳି କରିବ, ଧାନ କ୍ଷତି ପୂରଣ କିଭଳି ସମ୍ଭାଳିବ ସେ ନେଇ କ୍ଷତି ଗ୍ରସ୍ତ ଚାଷୀଙ୍କ ମନରେ ଭାଳେଣି ପଡିଛି । ଖାଲୁଆ ଜମି ର କ୍ଷତି ଭରଣା ପାଇଁ ରାଜସ୍ୱ ବିଭାଗ କି ରିପୋର୍ଟ ଦେଇଛି ତାହା ଚାଷୀ ଙ୍କୁ କ୍ଷତି କେତେ ସୁହାଇବ ତାହା ଦେଖିବାକୁ ବାକି ରହିଲା ।