ମାରୁତି ସେନା ର ନିଆରା ଢଙ୍ଗରେ ଜନ୍ମଦିନ ପାଳିତ

0
254

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୨୨/୧୧) : ବୌଦ୍ଧ ଜିଲ୍ଲା ମାରୁତି ସେନା ର ସଭାପତି ମାହାଦେବ କଲତା ଙ୍କ ପୁଅର ଜନ୍ମଦିନ ଉପଲକ୍ଷେ ମାରୁତି ସେନା ସଭ୍ୟମାନେ ଏକାଠି ହୋଇ ଥିଲେ ।

ମାରୁତି ସେନା ର ସଭାପତି ମାହାଦେବ କଲତା ଙ୍କ ପୁଅ ର ଜନ୍ମଦିନ ରେ ବୌଦ୍ଧ ଜିଲ୍ଲା ରେ ଥିବା କୃଷ୍ଠା ଶ୍ରମ ଓ ବୌଦ୍ଧ ସହରରେ ବୁଲୁଥିବା ଅସହାୟଙ୍କୁ କମଳ ଓ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ । ସରକାରଙ୍କ ମାଳ ମାଳ ଯୋଜନା ହେଲେ, କୃଷ୍ଠା ଶ୍ରମ ହେଇଛି କାଳ, କୃଷ୍ଠା ଶ୍ରମ ରେ ବାସ କରୁଥିବା ଅସହାୟ ମାନଙ୍କୁ ନାଁ ମିଳୁଛି ଖାଦ୍ୟ ନାଁ ମିଳୁଛି ଚିକିତ୍ସା ଆପଣ ଦେଖିଲେ ବିଶ୍ୱାସ କରିପାରିବେନି ଏଭଳି ଅବ୍ୟବସ୍ଥା ନା ପଡୁଛି ସରକାରୀ ବାବୁଙ୍କ ନଜର ନା ଦେଖୁଛନ୍ତି ଜିଲ୍ଲା ପ୍ରଶାସନ ଅଧିକାରୀ ।

ଏ ଦିଗ ରେ ତୁରନ୍ତ କାଯ୍ୟ କାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ମାରୁତି ସେନାର ସଦସ୍ୟ ମାନେ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ମାରୁତି ସେନାର ସମସ୍ତ ସଦସ୍ୟ ମାନେ ଯୋଗଦେଇ ନିଆରା ଢଙ୍ଗରେ ପୁଅର ଜନ୍ମଦିନ ପାଳନ କଲେ ।