ସୋମବାର ଠୁ ୧୬ ରୁଟରେ ଗଡିବ ‘ମୋ ବସ୍’ ,ଠିଆ ହୋଇ ଯାଇପାରିବେ ନାହିଁ ଯାତ୍ରୀ : ଦିପ୍ତୀ ମହାପାତ୍ର

0
197

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୮/୦୭) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ମୋ ବସ୍’ ସେବା ୧୯ ଜୁଲାଇ ଅଥାତ୍ ସୋମବାରଠାରୁ ଆରମ୍ଭ ହେବ । ସକାଳ ୭ରୁ ସନ୍ଧ୍ୟା୬ଟା ଯାଏଁ ମୋ ବସ ସେବା ୧୬ଟି ରୁଟରେ ଚାଲିବ । ଆଗାମୀ ଦିନରେ ଆହୁରି ଅଧିକ ରୁଟରେ ବସ ଚଳାଚଳ କରିବ ବୋଲି ପ୍ରବନ୍ଧକ ଶ୍ରୀମତି ଦିପ୍ତୀ ମହାପାତ୍ର କହିଛନ୍ତି ।

ନିୟମିତ ବସ୍ ସେବା କେବଳ ସୋମବାରରୁ ଶୁକ୍ରବାର ଯାଏଁ ଉପଲବ୍ଧ ହେବ । ଓଡ଼ିଶା ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ‘ମୋ ବସ୍’ ତରଫରୁ ସ୍ୱତନ୍ତ୍ର ସଟଲ ବସ ସେବା ସପ୍ତାହନ୍ତ ଅର୍ଥାତ୍ ଶନିବାର, ରବିବାରରେ ଚାଲୁ ରହିବ । ରାଜ୍ୟ ସରକାରଙ୍କ ଆଦେଶ ଅନୁାୟୀ ଆର୍ନ୍ତଜାତିକ ବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଲୱେ ଷ୍ଟେସନ ଠାରୁ ଏହି ସ୍ୱତନ୍ତ୍ର ବସସେବା ଉପଲବ୍ଧ ହେବ । ଏହି ବସ ସେବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହିତ ଯାତ୍ରୀମାନଙ୍କୁ ନେବା ଆଣିବା କରିବ । ଏହି ସେବାର ବ୍ୟବହାର କରି ଯାତ୍ରୀମାନେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ ବୋଲି କ୍ରୁଟ୍ର ମହାପ୍ରବଦ୍ଧକ ଶ୍ରୀମତି ଦୀପ୍ତି ମହାପାତ୍ର କହିଛନ୍ତିି ।

ବସରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି । ଏଥିପାଇଁ ସମସ୍ତ ଗାଇଡ ଓ କ୍ୟାପଟେନ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସମସ୍ତ ସିଟ୍ ଭରି ଯାଇଥିଲେ, ଅଧିକା ଯାତ୍ରୀଙ୍କୁ ଉଠାଇବେ ନାହିଁ । ଯାତ୍ରୀମାନଙ୍କ ପାଇଁ ମାସ୍କ ଲଗାଇବା ଅନିର୍ବାଯ୍ୟ ଏବଂ ଏଥିପାଇଁ ବିନା ମାସ୍କରେ ପ୍ରବେଶ ନିଷେଧ ଆମର ମୂଳମନ୍ତ୍ର । ଯାତ୍ରୀମାନେ ନିଜର ଯତ୍ନ ନିଅନ୍ତୁ ଏବଂ ଯାତ୍ରାସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ।

ଓଡ଼ିଶା ସରକାରଙ୍କ ଆଦେଶ ଅନୁଯାୟୀ ମୋ ବସର ସମସ୍ତଗାଇଡ୍ ଓ କ୍ୟାପଟେନମାନେ ଟିକା ନେଇ ସେବାପାଇଁ ପ୍ରସ୍ତୁତ ଅଛନ୍ତି । ପ୍ରତ୍ୟେକ ବସର ପ୍ରତିଦିନ ନିଃସଂକ୍ରମଣ କରାଯିବାର ବ୍ୟବସ୍ଥା ହୋଇଛି ।

ଏଥିପାଇଁ ବିଷେଶ ଭୂତାଣୁ ନାସକ ଶୋଧକର ବ୍ୟବହାର କରାଯାଉଛି । ଜନସାଧାରଣଙ୍କ ସୁରକ୍ଷା ଏବଂ ସମସ୍ତ କର୍ମଚାରୀଙ୍କ ସୁରକ୍ଷା ପାଇଁ କ୍ରୁଟ୍ ପ୍ରତିବଦ୍ଧ ବୋଲି ସେ କହିଛନ୍ତି ।