ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତିବାଦ ରେ ଲୋଇସିଂହା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ

0
135

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୩/୧୧) : ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତିବାଦ ରେ ଆଜି ଲୋଇସିଂହା ବିଜୁ ଜନତା ଦଳ ପକ୍ଷରୁ ଜୋରଦାର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା lWhatsApp Image 2021 11 24 at 11.01.09 AM 1 ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତିବାଦ ରେ ଲୋଇସିଂହା ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ

ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ଛାତ୍ର, ଯୁବକ ଓ ମହିଳାଙ୍କ ଆହ୍ୱାନ କ୍ରମେ ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧି ପ୍ରତିବାଦ ରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲୋଇସିଂହା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ଏକ ଦାବୀପତ୍ର ଉପସ୍ଥାପନା କରାଯାଇଥିଲା l

ଗଣଧାରଣା ଓ ପ୍ରତିବାଦ ସଭା ବ୍ଲକ ଯୁବ ସଭାପତି ପ୍ରକାଶ ମହାରଣାଙ୍କ ସଭାପତିତ୍ୱରେ ରାଜ୍ୟ ପରିଷଦ ସଭ୍ୟ ନିହାରରଞ୍ଜନ ବେହେରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ମହିଳା ଶାଖାର ସଭାପତି ଜୋତ୍ସ୍ନାମୟୀ ନାଗ, ଉପ ସଭାପତି ପୁଷ୍ପାଞ୍ଜଳି ସାହୁ, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ଉପ ସଭାପତି ଟୀକୁଲୁ କଦମ୍ବ, ସାଧାରଣ ସମ୍ପାଦକ ଫିରୋଜ ଫତୁଆ, ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ନେହେରୁ ବିଶ୍ୱାଳ, ବରିଷ୍ଠ ସଭ୍ୟ ସହଦେଵ ସା, ସମିତି ସଭ୍ୟ କୁନା ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ ।