Friday, March 29, 2024

Top 5 This Week

Related Posts

ସୁରକ୍ଷା କର୍ମୀ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ : ଜଣେ ମାଓବାଦୀ ମୃତ, କୁମ୍ବିଂ ଅପରେସନ ଜାରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୨୭/୧୧) : ଇତି ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି । ସୁରକ୍ଷା କର୍ମୀ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ମାଓବାଦୀ ର ମୃତ୍ୟୁ ହୋଇଛି ।

ନୂତନ ସଭ୍ୟ ସଂଗ୍ରହ କରିବା ଓ ବିଭିନ୍ନ ମାଓ କାର୍ଯ୍ୟକଳାପ ନେଇ ବାରମ୍ବାର ବିଭିନ୍ନ ଘଟଣା ସାମ୍ନା କୁ ନଜର ଆସୁଥିବା ବେଳେ ପ୍ରଶାସନ ସବୁ ଜାଣି ନିରବ ଦ୍ରଷ୍ଟା ପାଲଟିଥିବା ଦେଖାଯାଉଛି । ସୂଚନା ଅନୁଯାୟୀ, ଜିଲ୍ଲା ର ଖପ୍ରାଖୋଲ ଥାନା ଅଧିନସ୍ଥ ତେଲେନପାଲି ଗ୍ରାମ ପଞ୍ଚାୟତ ଜୁନାନିବାହାଲ ଗ୍ରାମ ନିକଟରେ ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ଓ ଜଣେ ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।

ପ୍ରକାଶ ଯେ, ଅପରାହ୍ନ ସମୟ ରେ ଉଭୟ ପୋଲିସ ଜବାନ ମାନଙ୍କ ତରଫରୁ ବର୍ତ୍ତମାନ ସୁଦ୍ଧା କୁମ୍ବି ଅପରେସନ ଜାରି ରଖାଯାଇଛି । ବଲାଙ୍ଗୀର ଜିଲ୍ଲା ର ହରିଶଙ୍କର ଜଙ୍ଗଲ ଅଞ୍ଚଳ, ତୁରେକେଲା ଜଙ୍ଗଲ ଅଞ୍ଚଳରେ ସର୍ବଦା ଚଳ ଚଞ୍ଚଳ ରହିବା ସହ ଜିଲ୍ଲା ର ଅନ୍ୟ ପ୍ରାନ୍ତୀୟ ଅଞ୍ଚଳ ଗୁଡିକ ରେ ତଥା ବିଭିନ୍ନ ଗ୍ରାମ ଗୁଡିକ ରେ ରହି ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଦୀର୍ଘ ମାସ ଧରି ଜୋରଦାର କରାଯାଇଛି । ବିଭିନ୍ନ ପ୍ରଲୋଭନ ଦେଖାଇ ନୂତନ ଯୁବକ ତଥା ମହିଳା ଙ୍କୁ ସାମିଲ କରାଯିବା ଘଟଣା କୁ ପ୍ରଶାସନ ଅଣ ଦେଖା କରି ଆସୁଥିବା ଅଭିଯୋଗ ହୋଇଆସୁଛି ।

ଇତି ମଧ୍ୟରେ ଜିଲ୍ଲାର ଗୁଲମୀ ଜଙ୍ଗଲ ରେ ଚାରି ମାଓବାଦୀ ଙ୍କୁ ଉକ୍ତ ଜଙ୍ଗଲ ନିକଟସ୍ଥ ସୁରକ୍ଷା କର୍ମୀ ଗିରଫ କରି ଥିବା ଓ ପ୍ରାୟ ଅନେକ ଦିନ ଧରି ନିଜକୁ ମିଲେଟ୍ରି ଯବାନ ପରିଚୟ ଦେଇ କ୍ୟାମ୍ପ କରିଥିବା ପ୍ରାୟ ୨୦ ଜଣ ଛତ୍ରଭଙ୍ଗ ଦେଇଥିଲେ । ଜଙ୍ଗଲ ବିଭାଗ ର କର୍ମଚାରୀ ଙ୍କ ସମ୍ପୂର୍ଣ୍ଣ ଜ୍ଞାତ ସାରରେ ଏହି କାର୍ଯ୍ୟକଳାପ ବୃଦ୍ଧି ପାଇ ଚାଲିଛି ବୋଲି ଅଭିଯୋଗ ହୋଇଅସୁଛି ।

ସେହିପରି ବିଗତ ଦିନରେ ଉକ୍ତ ଗୁଲମୀ ଜଙ୍ଗଲ ନିକଟସ୍ଥ କେନ୍ଦ୍ର ପ୍ରତିରକ୍ଷା ବିଭାଗର ବଡ଼ମାଲ ଗୋଳା ବାରୁଦ କାରଖାନା ର ସୁରକ୍ଷା କର୍ମଚାରୀ ଗିରଫ ଚାରି ମାଓବାଦୀ ଙ୍କୁ ଗିରଫ ପରେ ସୁଦ୍ଧା କୌଣସି ପଦକ୍ଷେପ ନିଆ ନ ଯାଇଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।

Popular Articles