ମଙ୍ଗୁଳି ଛକ ପୁଲିସ ଆଉଟପୋଷ୍ଟ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

0
167

ରିପୋର୍ଟ : ସୁଭାସିସ ନାୟକ
କଟକ,(୨୮/୧୧) : ଟାଙ୍ଗି ଥାନା ମଙ୍ଗୁଳି ଛକ ପୁଲିସ ଆଉଟପୋଷ୍ଟ ଭିତରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଡ଼ୁ୍ୟଟିରେ ଥିବା ଜଣେ ହୋମଗାର୍ଡ଼ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ହୋମଗାର୍ଡ଼ ଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ଯୁବତୀଙ୍କୁ ଜଣେ ପୁରୁଷ ବନ୍ଧୁ ବିବାହ ର ପ୍ରଲୋଭନ ଦେଖାଇ ପୁରୀରୁ ଚୌଦ୍ୱାର ଆଣିଥିଲେ । ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସାଙ୍ଗରେ ବିବାହ ହେବାକୁ ବାଧ୍ୟ କରିଥିଲା । ଯୁବତୀ ଜଣକ ରାଜି ନ ହେବାରୁ ରାତି ପ୍ରାୟ ୧୧ଟା ବେଳେ ମଙ୍ଗୁଳି ଛକରେ ଛାଡ଼ି ପଳାଇଯାଇଥିଲା ପୁରୁଷ ବନ୍ଧୁ । କିଛି ଅସାମାଜିକ ଯୁବକ ଯୁବତୀଙ୍କୁ ଘେରିବାକୁ ଚେଷ୍ଟା କରିବା ବେଳେ ଯୁବତୀ ମଙ୍ଗୁଳି ଛକ ପୁଲିସ ଆଉଟପୋଷ୍ଟ ଦେଖି ସାହାଯ୍ୟ ମାଗିଥିଲେ ।

କାର୍ଯ୍ୟରତ ହୋମଗାର୍ଡ଼ ଯୁବତୀ ଠାରୁ ସମସ୍ତ କଥା ଶୁଣିବା ପରେ ଯୁବତୀଙ୍କୁ ସାହାଯ୍ୟ କରିବା ବଦଳରେ ଦୁଷ୍କର୍ମ ଉଦ୍ୟମ କରିଥିଲେ । କିଛି ଯୁବକ ଆଉଟ ପୋଷ୍ଟର ଲାଇଟ ବନ୍ଦ ହୋଇଥିବାର ଦେଖି ଫାଣ୍ଡି ଭିତରକୁ ପଶିଯାଇଥିଲେ । ଯୁବତୀ ଜଣକ ଯୁବକ ମାନଙ୍କ ଆଗରେ ସମସ୍ତ କଥା କହିଥିବା ବେଳେ ଯୁବକ ମାନେ ପୋଲିସକୁ ଖବର ଦେଇଥିଲେ । ଟାଙ୍ଗି ପୋଲିସ ଏହି ଘଟଣାରେ ହୋମଗାର୍ଡ଼ ସମେତ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁଲ ରେହମାନ ର ଆଡ୍ଡା ଠାରୁ ଆରମ୍ଭ କରି ବହୁ ଚୋରା ଓ ନକଲି କାରବାରର ପେଣ୍ଠସ୍ଥଳ, ହାଜତରେ ତଣ୍ଟି କାଟି ଆତ୍ମହତ୍ୟା ଓ ପାଟ୍ରୋଲିଂ ବେଳେ ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ୩ ଜଣ ପୋଲିସ କର୍ମଚାରୀ ଜେଲ ଯିବା ଘଟଣାକୁ ନେଇ ଟାଙ୍ଗି ଥାନା ପୋଲିସ ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା । ଏବେ ଏଭଳି ଘଟଣା ପୁଣି ଥରେ ପୋଲିସକୁ ସାଧାରଣରେ ନିନ୍ଦିତ କରିଛି ।