Tuesday, March 19, 2024

Top 5 This Week

Related Posts

ନୂଆଁ ପ୍ରଜାତି ଚିହ୍ନଟ ହେବା ପରେ ବାତିଲ ହେଲା ୨୦୨୧ ଜୁନିୟର ମହିଳା ହକି ବିଶ୍ୱକପ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୮/୧୧) : ଦକ୍ଷିଣ ଆଫ୍ରିକାରେ ନୂଆଁ ପ୍ରଜାତି ଚିହ୍ନଟ ହେବା ପରେ ବାତିଲ ହେଲା ୨୦୨୧ ଜୁନିୟର ମହିଳା ହକି ବିଶ୍ୱକପ । ଦକ୍ଷିଣ ଆଫ୍ରିକାରେ ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ବିଶ୍ୱକପ୍ ଆୟୋଜନ ହୋଇଥାନ୍ତା ।

ତେବେ କୋଭିଡ ର ନୂଆଁ ପ୍ରଜାତି ଠାବ ହେବା ପରେ ଜୁନିୟର ମହିଳା ହକି ବିଶ୍ୱକପକୁ ବାତିଲ କରିବା ପାଇଁ ନିଷ୍ପତି ନେଇଛି ଏଫ୍‌ଆଇଏଚ୍ । ଏହା ସହ ଏଫ୍‌ଆଇଏଚ୍ ଇଭେଂଟରେ ସ୍ୱାସ୍ଥ୍ୟଗତ ସୁରକ୍ଷା କୁ ପ୍ରାଥମିକତା ଦେଇ ଏହି ନିଷ୍ପତି ନିଆଯାଇଛି । କିଛି ଦେଶ କରୋନା ର ନୂଆଁ ପ୍ରଜାତି ଚିହ୍ନଟ ହେବାପରେ ଦକ୍ଷଣ ଆଫ୍ରିକାକୁ ବିମାନସେବା ବନ୍ଦ କରିଦେଇଛନ୍ତି । ତେଣୁ ଏହି ଇଭେଂଟକୁ ଏପରି ପରିସ୍ଥିତିରେ ବଜାୟ ରଖିବା ସମ୍ଭବ ନୁହେଁ ବୋଲି କହିଛି ଅନ୍ତର୍ଜାତୀୟ ହକି ସଂଘ । ତେବେ ଆଫ୍ରିକା ମାଟିରେ ଏହା ଥିଲା ପ୍ରଥମ ଜୁନିୟର ହକି ବିଶ୍ୱକପ ।

Popular Articles