କାଶୀନଗର ପୌରପରିଷଦ ନିର୍ବାଚନ ସଂରକ୍ଷଣ ଯାହାକୁ ତାହା ରହିଲା,ପ୍ରତିବାଦୀଙ୍କ ଅବସୋସ ରହିଗଲା

0
253

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୩୦/୧୧) : ଶେଷରେ ସବୁ ଆଶା ଆକାଂକ୍ଷାର ଶେଷ ଘଟାଇ ଜିଲ୍ଲା ପ୍ରସାଶନ କାଶୀନଗର ପୌରପରିଷଦ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକାରେ କୌଣସି ପରିବର୍ତ୍ତନ ନ ଥାଇ ତାଲିକା ପ୍ରକାଶ କରିଥିବାରୁ ବିଭିନ୍ନ ଦଳରେ କିଛି ଅବଶୋଷ ରହିଥିବା ଜଣାଯାଇଛି ।

ଗତକାଲି ପ୍ରକାଶିତ ଚିଠି ନ-୧୦୦୨୯/୨୯/୧୧/୨୧ ପ୍ରକାରେ ପୂର୍ବରୁ ରହିଥିବା କାଶୀନଗର ପୌରପରିଷଦ ନିର୍ବାଚନ ସଂରକ୍ଷଣ ତାଲିକାରେ କୌଣସି ପରିବର୍ତ୍ତନ ନ କରି ସେହି ତାଲିକାକୁ ଘୋଷଣା କରାଯାଇଛି । ଏହି ସଂରକ୍ଷଣ ଉପରେ ଆପତ୍ତି ଅଭିଯୋଗ କରିବା ପାଇଁ ୧୮ ନଭେମ୍ବର ଘୋଷଣା କରାଯାଇଥିଲା । ପୌର ପରିଷଦରୁ ବିଭିନ୍ନ ଦଳରୁ ଅଭିଯୋଗ ହୋଇଥିଲା । କିନ୍ତୁ ସେମାନଙ୍କ ପ୍ରସ୍ତାବକୁ ପ୍ରଶାସନ ଗ୍ରହଣ କରି ନ ଥିଲେ । ଏଣୁ ବିଭିନ୍ନ ଦଳର କିଛି ଅବଶୋଷ ରହିଯାଇଛି । ଏହା ଘୋଷଣା ହେବା ପରେ ରାଜନୈତିକ ପାଣି ପାଗ ଉଷ୍ମ ହେବାରେ ଲାଗିଛି ।

ପ୍ରତ୍ୟେକ ୱାର୍ଡ ପାଇଁ କେଉଁ ଦଳ କାହାକୁ ନିର୍ବାଚନରେ ଅବତୀର୍ଣ୍ଣ କରାଇବ ବର୍ତମାନ ତାର ଅଙ୍କକଷା ଆରମ୍ଭ ହୋଇଯାଇଛି । କିନ୍ତୁ ପୌର ଅଧ୍ୟକ୍ଷ ପଦ ଘଷଣା ପରେ ହିଁ ଦୃଶ୍ୟ ପଟ କଣ ହେବ, କେଉଁ ଦଳ ବାଜିମାତ ମାରିବ ଜଣାଯିବ ।