ରାଜଧାନୀରେ ବ୍ରାଉନସୁଗର କାରବାର ଉପର ମୁହାଁ : ନଭେମ୍ବରରେ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ

0
147

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୩/୧୨) : ରାଜଧାନୀରେ ବ୍ରାଉନସୁଗର କାରବାର ବଢ଼ିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ଅପରେସନ୍ ‘ହ୍ୱାଇଟ୍ ସ୍ପାଇଡ଼ର୍‌’ ଜାରି ରହିଛି । ନଭେମ୍ବର ମାସରେ ଏହି ଅପରେସନ ଜରିଆରେ ୧ କିଲୋ ୬୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି ।

ରାଜଧାନୀରେ ବ୍ରାଉନସୁଗର କାରବାର ର ୬ ଟି ମାମଲାରେ ୧୨ ଜଣ ବ୍ୟବସାୟୀ ଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ନଗଦ ୧୦ ହଜାର ୭୫୦ ଟଙ୍କା, ୫ଟି ଦୁଇଚକିଆ ଯାନ, ୧ ଟି ବୋଲେରୋ, ୭ ଟି ମୋବାଇଲ ଫୋନ୍ ଜବତ ହୋଇଥିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷେ ନଭେମ୍ବରରେ ସମୁଦାୟ ୧୨ କିଲୋ ୭୦୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୧୫ ତାରିଖରୁ ଏହି ଅପରେସନ୍ ରାଜଧାନୀରେ ଆରମ୍ଭ ହୋଇଥିଲା । ଏପର୍ଯ୍ୟନ୍ତ ୨୨ ଟି ବିଭିନ୍ନ ମାମଲାରେ ୫୪ ଜଣ ନିଶାବେପାରୀ ଙ୍କୁ ଗିରଫ କରାଯାଇଛି । ଏହାସହ ସେମାନଙ୍କ ଠାରୁ ୩ କିଲୋ ୧୪ ଗ୍ରାମ ବ୍ରାଉନସୁଗର ସମେତ ନଗଦ ୫ ଲକ୍ଷ ୨୪ ହଜାର ୮୪୦ ଟଙ୍କା ଜବତ ହୋଇଛି ।

ନିଶା କାରବାରରେ ବ୍ୟବହାର ହୋଇଥିବା ୮ ଟି ଗାଡ଼ି, ୨୨ ଟି ମୋବାଇଲ, ସମେତ ଗୋଟିଏ ରିଭଲ୍‌ଭର ଏବଂ ୫ ଟି ଗୁଳି ପୁଲିସ ଜବତ କରିଛି । ଆଗାମୀ ଦିନରେ ଏହି ଅପରେସନକୁ ଜୋର୍‌ଦାର କରାଯିବ ବୋଲି ଭୁବନେଶ୍ୱର ଡ଼ିସିପି ଡ଼. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।