ବାତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲାପାଳ ଜରୁରୀ ବୈଠକ, ସଦର ମହକୁମା ନ ଛାଡିବାକୁ କଡା ନିର୍ଦେଶ

0
261

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ,(୦୩/୧୨) : ବଙ୍ଗପୋସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା ଓ ତତ୍ଜନିତ ବନ୍ୟା, ପାହାଡ଼ରୁ ମାଟି ଅତଡା ଖସିବା ଆଶଙ୍କା କରି ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାପାଳ ରାୟଗଡ ଆଜି ଏକ ଜରୁରୀ ବୈଠକ ଭର୍ଛୁଆଲ ମଧ୍ୟମରେ ଡାକିଛନ୍ତି l

ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଧର୍ମାନନ୍ଦ ବେହେରା, ପିଡି ଡିଆରଡିଏ ଶ୍ରୀ ରବିନାରାୟଣ ତ୍ରିପାଠି, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସନlଲ ଜେନା, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ,ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବିଡିଓ, ତହସିଲଦାର ଆଦି ବ୍ଲକ ସ୍ଥରୀୟ ଅଧିକାରୀ ମାନେ ବାତ୍ୟା ମୁକାବିଲା ନିମନ୍ତେ ଯୋଗ ଦେଇଥିଲେ l

ଜିଲାପାଳ ପ୍ରାରମ୍ଭରେ କହିଥିଲେ ବତ୍ୟା ଜୱlଦ ଓଡ଼ିଶା ଉପକୂଳ ଭୂମୀପlତ ବୋଲି ପାଣିପାଗ ବିଭାଗର ସୂତ୍ରରୁ ପ୍ରକାଶ ଯାହାଫଳରେ ଓଡ଼ିଶାର କେତୋଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବେଗରେ ପବନ ଓ ବର୍ଷ ହେବlର ରାହିଛି l ଆମ ରାୟଗଡ ଜିଲ୍ଲାରେ ଏହାର ସମ୍ବlବ୍ୟ ବନ୍ୟା, ବାତ୍ୟା ଓ ପାହାଡ ତଳୁ ମାଟି ଅତଡ଼ା ଖସି ବିପର୍ଯ୍ୟ ଘଟିବାର ସମ୍ବାବନା ରହିଛି l ସମସ୍ତ ବିଡିଓ ମlନେ ସମ୍ବାବ୍ୟ ସ୍ଥାନଗୁଡିକ ଚିହ୍ନଟ କରିବl ନିମନ୍ତେ ଜିଲାପାଳ କହିଛନ୍ତି l ଏଥିନିମନ୍ତେ ଏହାର ମୁଖlବିଲା କରିବା ନିମନ୍ତେ ଏହି ବୈଠକ ଡକାଯାଇଥିଲା l

ବୈଠକରେ ଜିଲାପାଳ ସମସ୍ତଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି l ଗତ ବାତ୍ୟା ଗୁଡିକ ସମୟରେ ଯେପରି ଭାବରେ ପ୍ରସ୍ତୁତି ରହିଥିଲେ ସେହିପରି ଭାବରେ ଏବେ ମଧ୍ୟ ପ୍ରସ୍ତୁତି ରହିବାକୁ ସମସ୍ତ ଅଧିକାରୀ ମାନଙ୍କ ନିର୍ଦ୍ଧେଶ ଦେଇଛନ୍ତି l କେହି ଛୁଟିରେ ଯାଇପାରିବେ ନାହିଁ l ଛୁଟିରେ ଯାଇଥିଲେ ତୁରନ୍ତୁ ପଳାଇଆସିବାକୁ ଜିଲାପାଳ କହିଥିଲେ l

ଏହି ବାତ୍ୟା ସମୟରେ ଯେପରି କାହାର କ୍ଷତି ନହେବ ସେଥିପାଇଁ ସମସ୍ତେ ସତକର୍ତା ଅବଲମ୍ବନ କରିବା ଆବଶ୍ୟକ l ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯlଇ କାର୍ଯ୍ୟକାରୀ କରାଯିବl ପାଇଁ ଜିଲାପାଳ ନିର୍ଦେଶ ଦେଇଛନ୍ତି l ତଳିଆ ଅଞ୍ଚଳ ଚିନ୍ନଟ କରି ଜନସାଧାରଣ ଙ୍କୁ ସଚେତନ କରିବେ l ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସେଠାରୁ ଅସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବେ ଏବଂ ଖାଦ୍ୟ ପୁଡ଼ିଆ ଯୋଗାଇବେ l ଵିଶେଷ କରି ରାୟଗଡ, ଗୁଡାରି, ଓ ଗୁଣପୁର ତଳିଆ ଅଂଚଳ ପ୍ରତି ନଜର ରଖିବାକୁ ଜିଲାପାଳ କହିଥିଲେ l ଆବଶ୍ୟକ ପଡ଼ିଲେ ପଂଚାୟତ ଜନପ୍ରତିନିଧିଙ୍କ ସହାୟତା ନେଇପାରିବେ l ଗ୍ରାମୀୟ ନିର୍ମାଣ ଓ ପୁର୍ତ୍ତ ବିଭାଗକୁ ସମସ୍ତ ପ୍ରକାର ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ନିର୍ଦେଶ ଦେଇଥିଲେ l

ସେହିପରି ବଡ଼ନାଳ ଓ ହରଭଙ୍ଗି ଜଳସେଚନ ପ୍ରକଳ୍ପ ର ନିର୍ବାହୀଯନ୍ତ୍ରୀ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଥିଲେ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ଥିବା ପ୍ରକାଶ କରିଥିଲେ l ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତିଆଵଶ୍ୟକ ସାମଗ୍ରୀ ବିଶେଷ କରି ଚୁଡା,ଚାଉଳ, କିରସିନ,ଦିଆସିଲ ମହଜୁଦ ରଖିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ l ସିଡିପିଓ ମନେ ଆସନ୍ନ ପ୍ରସବ। ମହିଳା ମାନଙ୍କ ନିକଟସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ କହିଥିଲେ l ସେହିପରି ଅମଳ କ୍ଷମ ଫସଲକୁ ତୁରନ୍ତ ଅମଳ କରିବାକୁ ଚାଷୀମାନଙ୍କୁ ସଚେତନତା କରିବା ପାଈଁ କୃଷି ବିଭାଗର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ସେହିପରି ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ସତକର୍ତା ଅବଲମ୍ବନ କରିବାକୁ କହିଥିଲେ l ଜିଲ୍ଲାକୁ ବତ୍ୟା ମୁକାବିଲା ନିମନ୍ତେ ଜିଲ୍ଲା ଅଗ୍ନିସମ ବିଭାଗକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ବିଦ୍ୟୁତ ବିଭାଗ, ଟେଲିଫୋନ ବିଭାଗକୁ ମଧ୍ୟ ପରିସ୍ଥିତି ମୁକବିଲା କରିବାକୁ କହିଛନ୍ତି l