ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ କରାଯିବ

0
174

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ ,(୪/୧୨) : ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ କରାଯିବାକୁ ନିଷ୍ପତି ନିଆଯାଇଛି ।

ଏହା ସହିତ ଡାକ୍ତରଖାନାରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ନିୟମିତ ଅନୁଧ୍ୟାନ କରି ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏଥି ନିମନ୍ତେ ବରିଷ୍ଠ ସଦସ୍ୟ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଉତ୍ସର୍ଗ ଅନୁଷ୍ଠାନ ର ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ସମସ୍ତ ଆଲୋଚନା କରାଯିବା ସହ କମ୍ବଳ ବଂଟନ କରାଯିବା ନିମନ୍ତେ ଦାନଦାତାଙ୍କ ଠାରୁ କମ୍ବଳ ଓ ଆର୍ଥିକ ସହଯୋଗ ସଂଗ୍ରହ କରାଯିବାକୁ ସ୍ଥିର କରାଯାଇଛି ।

ବୈଠକରେ ନାରାୟଣ ଅଗ୍ରୱାଲ, ଦୀପକ କୁମାର ଅଦର, ମିଥୁନ କୁମାର ସାହୁ, ରାଜକିରନ ଅଗ୍ରୱାଲା, ଦୀପକ ମହାରଣା, ଶାନ୍ତନୁ ପଟନାୟକ, ରଞ୍ଜିତା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।