ବାଉଁଶୁଣି ଥାନା ଅଧିକାରୀ କୁଟ ଚକ୍ରାନ୍ତ କରି ନିରୀହ ଲୋକଙ୍କୁ ସଜା ଦେଉଛନ୍ତି

0
516

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ,(୦୫/୧୨) : ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଥାନା ଅନ୍ତର୍ଗତ ବିଯାପଦର ଜଙ୍ଗଲରେ ୧୨୪ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଖବର ପାଇଁ ବାଉଁଶୁଣି ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଉପରିସ୍ଥ ଅଧିକାରୀ ମାନଙ୍କ ସହ ଗଞ୍ଜେଇ ଗଛ ନଷ୍ଟ କରିଥିଲେ ।

ବେଆଇନ୍ ଗଞ୍ଜେଇ ଚାଷ କରିଥିବା ଅଭିଯୋଗ ରେ ଜଡାପାଲ୍ ଗ୍ରାମର ବିକ୍ରମ ସାହୁ ଏବଂ ଅଗସ୍ତି ମଲ୍ଲିକ ନାମରେ ମାମଲା ରୁଜୁ କରିଥିଲା । ଯାହାକି ଏବେ ତାହା ଭିନ୍ନ ମୋଡ଼ ନେଇଛି । ମାମଲା ରୁଜୁ ହୋଇଥିବା ବିକ୍ରମ ଓ ଅଗସ୍ତି ଏ ବିଷୟରେ କିଛି ଜାଣିନାହାନ୍ତି ସେମାନେ ଗରିବ ଓ ନିରୀହ ବୋଲି ତାଙ୍କୁ ପୋଲିସ ବିନା ଦୋଷରେ ମାମଲା ରୁଜୁ କରିଥିବା କହିଛନ୍ତି । ସେମାନେ ନିଜ ଘରେ ନିଜର କାମଧନ୍ଦା କରୁଥିବା ବେଳେ ବିଭିନ୍ନ ଖବରକାଗଜରେ ତାଙ୍କ ନାମ ବାହାରିଥିବା ଗ୍ରାମର ଲୋକଙ୍କ ଠାରୁ ଖବର ପାଇଁ ସଙ୍ଗେ ସଙ୍ଗେ ବାଉଁଶୁଣି ଥାନାରେ ପହଞ୍ଚିଥିଲେ, ହେଲେ ବାଉଁଶୁଣି ଥାନା ଅଧିକାରୀ ଛୁଟିରେ ଥିବାରୁ କେହି ତାଙ୍କ କଥା ଶୁଣି ନଥିଲେ ଯାହା କି ସେମାନେ ନିରାଶ ହୋଇ ଘରକୁ ଫେରିଥିଲେ ।

ଏଥିରେ ସଂପୃକ୍ତି ଥିବା ମୁଖ୍ୟଅଭିଯୁକ୍ତ କୁ ନ ଧରି କାହିଁକି ଏଭଳି ଗରିବ ଅସହାୟ ପରିବାର ଉପରେ ଦୋଷ ଲଦା ଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ନିରୀହ ଲୋକଙ୍କ ଉପରେ ପୋଲିସ୍ ରାଜ୍ କରୁଥିବା ବାଉଁଶୁଣି ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ ଙ୍କୁ ବଦଳୀ କରାନଯିବା ଘଟଣା ଯାହାକି ସମସ୍ତଙ୍କ ମନରେ ଆନ୍ଦୋଳିତ କରୁଛି ।