ଫରେଷ୍ଟର କାର୍ଯ୍ୟାଳୟ କୁ ଘେରିଲେ ଚାଷୀ : କାଠ ଜବତ କୁ ନେଇ ଅସନ୍ତୋଷ

0
251

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୬/୧୨) : କାଠ ଜବତ କୁ ନେଇ କାଶୀନଗର ଠାରେ ଥିବା ଫରେଷ୍ଟର କାର୍ଯ୍ୟାଳୟ କୁ ଖୁରିଗମ୍ ଗ୍ରାମ ର କିଛି ଚାଷୀ ଘେରାଉ କରିଥିବା ଜଣାପଡିଛି ।WhatsApp Image 2021 12 06 at 10.47.51 AM 1 ଫରେଷ୍ଟର କାର୍ଯ୍ୟାଳୟ କୁ ଘେରିଲେ ଚାଷୀ : କାଠ ଜବତ କୁ ନେଇ ଅସନ୍ତୋଷ

ଫରେଷ୍ଟର କାର୍ଯ୍ୟାଳୟ କୁ ଘେରିଲେ ଚାଷୀ ! ଖବର ସଂଗ୍ରହ ବେଳେ ଜଣାପଡିଛି କି ଖୁରିଗମ ଗ୍ରାମ ର ଜନୈକ ଚାଷୀ ଙ୍କ ତିତିଲି ବାତ୍ୟାରେ ବି ଏଲ ପୁର ପାଖରେ ଥିବା ସାଳ ଓ ଆମ୍ବ ତୋଟା ର କିଛି ଗଛ ପଡିଯାଇଥିଲା । ଚାଷୀ ପି. ନାରାୟଣ ରାଓ ଏସବୁକୁ ତାଙ୍କ ତୋଟା ରେ ସାଇଜ କରି ରଖିଥିଲେ । ସେଠାରୁ ଏହି କାଠ କୁ କେହି ଚୋରାଇ ନେବା ପରେ ଗୋଟିଏ ଗାଡ଼ି ସହ ୩୦ ଖଣ୍ଡ କାଠ ମିଳିବା ଓ ଗୋଟିଏ ୟୁ.ଡି କେଶ୍ ହେବା ଏବଂ ଏହି କାଠ କୁ ଶିଆଳି ନର୍ସରୀ ରେ ମହଜୁଦ ଥିବା ସେତେବେଳେ ସବୁ ଗଣ ମାଧ୍ୟମ ରେ ଖବର ପ୍ରକାଶ ପାଇଥିଲା ।

ଚାଷୀ ଟି ସେହିଦିନ ଠାରୁ ଖୋଜା ଖୋଜି କରୁଥିବା ବେଳେ, ସେହି ଖୁରୀଗମ୍ ଗ୍ରାମ ର ଜଣେ କାଠ ମିସ୍ତ୍ରୀ ଜବତ କାଠ କୁ ନେଇ ଖଟ ଓ ସୋଫା ତିଆରି କରୁଥିବା ଜାଣି ଚାଷୀ ଟି ଖବର ସଂଗ୍ରହ କରି ଉକ୍ତ କାଠ ମିସ୍ତ୍ରୀ କୁ ସାଙ୍ଗରେ ଆଣି ଘଟଣାର ପର୍ଦାଫାସ୍ କରିଥିଲେ କି ଉକ୍ତ କାଠ ଫରେଷ୍ଟର ନିଜେ ତାକୁ ଦେଇ ସୋଫା ଓ ଖଟ ତିଆରି କରିବାକୁ କହିଲେ । ଏ ନେଇ ଫରେଷ୍ଟର ଙ୍କୁ ଗଣ ମାଧ୍ୟମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ କହିଲେକି ୩୨ ଖଣ୍ଡ କାଠ ଜବତ ହୋଇ ଶିଆଳି ରେ ରହିଛି ।

ଚାଷୀଙ୍କ ୭୨ ଖଣ୍ଡ କାଠ କହୁଥିବା ବେଳେ କାଠ ମିସ୍ତ୍ରୀ ୩୦ ଖଣ୍ଡ କାଠ ଫରେଷ୍ଟର କାମ କରିବାକୁ ଦେଇଛନ୍ତି । ତା ହେଲେ ଏଥି ମଧ୍ୟରୁ କାହା କଥା ସତ ? ଏଣୁ ଏହାର ନିରପେକ୍ଷ ତଦନ୍ତ କଲେ ଘଟଣା ର ସତ୍ୟା ସତ୍ୟ ଜଣାଯିବ ବୋଲି ବୁଦ୍ଧିଜୀବି ମହଲ ରେ ଆଲୋଚନା ହେଉଛି ।