ଆମ୍ବେଦକର ଙ୍କ ତିରୋଧାନ ଦିବସରେ କସ୍ତୁରବା ସେବାଶ୍ରମ ପିଲା ଙ୍କୁ ଶୀତ ବସ୍ତ୍ର ବଣ୍ଟନ

0
164

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ,(୬/୧୨) : ଆଜି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁର୍ଲି ପଞ୍ଚାୟତ ର ଖମ୍ବେସି ଗ୍ରାମରେ ବାବା ସାହେବ ଡାକ୍ତର ଆମ୍ବେଦକର ଙ୍କ ତିରୋଧାନ ଦିବସ ଅବସରରେ କସ୍ତୁରବା ସେବାଶ୍ରମ ଅନୁଷ୍ଠାନ ର ପିଲା ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରା ଯାଇଛି ।WhatsApp Image 2021 12 07 at 9.21.41 AM ଆମ୍ବେଦକର ଙ୍କ ତିରୋଧାନ ଦିବସରେ କସ୍ତୁରବା ସେବାଶ୍ରମ ପିଲା ଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଆମ୍ବେଦକର ଙ୍କ ତିରୋଧାନ ଦିବସ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଲୋକ ସମ୍ପର୍କ ବିଭାଗ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୂର୍ବତନ ଅବସର ପ୍ରାପ୍ତ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ଜିତେନ୍ଦ୍ର କୁଲସିକା, ଗଣେଷ ରାଓ, ଭି. କାନ୍ତା ରାଓ, ଯୁବ ସମାଜ ସେବୀ ଅଶ୍ୱିନ କୁମାର ସେଠୀ, DKDA ମେନେଜର ସୁଦର୍ଶନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମ ର ଲୋକମାନେ ଉପସ୍ଥିତ ରହି କସ୍ତୁରବା ସେବା ଶ୍ରମ କିପରି ଉନ୍ନତି ହେବ ଏହି ଉପରେ ଆଲୋଚନା କରା ଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ପିଲାଙ୍କୁ ମାର୍ଗଦର୍ଶନ କରିଥିଲେ । ବାବା ସାହେବ ଙ୍କ ଭାରତ ବର୍ଷରେ କଣ ଅବଦାନ ଥିଲା ପିଲାଙ୍କୁ ବୁଝାଇ ଥିଲେ । ଶେଷରେ କାର୍ଯ୍ୟକ୍ରମ ଟି ସୁରୁଖୁରୁ ରେ ଶେଷ ହୋଇଥିଲ ।