ସହିଦ ଯବାନଙ୍କୁ ସୈନିକ ଭଟିକା ରେ ଶ୍ରଦ୍ଧାଞ୍ଜଳି

0
242

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଦେବଗିରି ଶୈବପୀଠ ଠାରେ ଥିବା ସୈନିକ ବାଟିକାରେ ସ୍ଥାନୀୟ ସି.ଆର.ପି.ଏଫ. ୪ର୍ଥ ବାଟାଲିୟନ ଯବାନ ତରଫରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଗତ ୮ ତାରିଖରେ ଦେଶ ସୁରକ୍ଷା ର ପ୍ରମୁଖ ଦାୟିତ୍ୱ ତୁଲାଉଥିବା ପ୍ରଥମ ସିଡିଏସ ସ୍ୱର୍ଗତ ବିପିନ ରାୱତ, ତାଙ୍କ ପତ୍ନୀ ଓ ଓଡ଼ିଆ ଯବାନ ରାଣା ପ୍ରତାପ ଦାସ ଙ୍କ ସହିତ ପ୍ରାୟ ୧୩ ଜଣ ହେଲିକେପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସହୀଦ ଯବାନ ଙ୍କ ଅମର ଆତ୍ମା ର ସଦଗତି କାମନା କରି ସହିଦ ଯବାନଙ୍କୁ ଦୁଇ ମିନିଟ ଧରି ନିରବ ପ୍ରାର୍ଥନା କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଦେବାଶିଷ କର, ସି.ଆର.ପି.ଏଫ. ର ଆସିଷ୍ଟାଣ୍ଡ କମାଡେଣ୍ଟ ଡି କୃଷ୍ଣ। ରାଓ, କ୍ରାନ୍ତିକାରି ଆଶ୍ରମ ର ବାବା ସ୍ୱରୂପା ନନ୍ଦ ଗିରି, ଦେବଗିରି ମହାବିଦ୍ୟାଳୟ ର ଅଧ୍ୟାପକ ଯୋଗେଶ୍ୱର ଗରଡା, ସି.ଆର.ପି.ଏଫ. ଯବାନ ସମେତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।